ଓଡ଼ିଶାଲାଇଭ୍ ବ୍ୟୁରୋ

ମାସ୍କ କିଣା ପ୍ରସଙ୍ଗକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଶାସକ ବିଜେଡି। ରାଜ୍ୟ ସରକାର ମାସ୍କ କିଣାରେ କୌଣସି ଦୁର୍ନୀତି କରିନାହାନ୍ତି ବୋଲି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ରାଜ୍ୟ ସରକାର ମାସ୍କ କିଣିବାରେ ଦୁର୍ନୀତି କରିଥିବା ଅଭିଯୋଗ କରି କଂଗ୍ରେସ ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଥିଲା। ଏହାପରେ ଏନେଇ ଉତ୍ତର ରଖିଛି ଶାସକ ବିଜେଡି।

ସସ୍ମିତ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ମାସ୍କ କିଣାଯାଇଛି। ତେବେ ଲକଡାଉନ୍ କାରଣୁ ପ୍ରଥମେ କଞ୍ଚାମାଲର ଅଭାବ ଦେଖାଯାଇଥିଲା। ତେଣୁ ୧୦ ଟଙ୍କାରେ କେହି ବି ମାସ୍କ ଦେବାକୁ ରାଜି ହୋଇନଥିଲେ। ଏହାପରେ କେନ୍ଦ୍ର ସରକାର ମାସ୍କର ଦାମକୁ ୧୬ ଟଙ୍କାକୁ ବୃଦ୍ଧି କରିଥିଲେ। ଏହାପରେ ରାଜ୍ୟ ସରକାର ମଧ୍ୟ ସେହି ୧୬ ଟଙ୍କାରେ ମାସ୍କ କିଣିଛନ୍ତି ବୋଲି ସସ୍ମିତ କହିଛନ୍ତି।

ଅନ୍ୟପଟେ କରୋନା ମୁକାବିଲାରେ ଓଡ଼ିଶା ଆଗରେ ରହିଛି। ରାଜ୍ୟରେ ମୃତ୍ୟୁହାର କମ ରହିବା ସହିତ ଲୋକଙ୍କ ଜୀବନ ମଧ୍ୟ ରଖାଯାଇପାରିଛି ବୋଲି ସେ କହିଛନ୍ତି। ମାସ୍କ କିଣା ଦୁର୍ନୀତି ହୋଇଥିବା ନେଇ କଂଗ୍ରେସ ଅପପ୍ରଚାର କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସସ୍ମିତ କହିଛନ୍ତି।

Comment