ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରଶଂସକମାନେ ସବୁବେଳେ ତାଙ୍କର ପ୍ରିୟ ବଲିଉଡ ଷ୍ଟାରଙ୍କ ବିଷୟରେ ଜାଣିବାକୁ ଇଚ୍ଛା ରଖିଥାନ୍ତି। ତାହା ତାଙ୍କର ବ୍ୟକ୍ତିଗତ ଜୀବନ ହେଉ ବା ବୃତ୍ତିଗତ ଜୀବନ। ଆଜି ଆମେ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଦୀର୍ଘଦିନରୁ ବଲିଉଡରେ ସକ୍ରିୟ ଅଛନ୍ତି। ଅନେକ ସମୟରେ ରିଲେସନସିପକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି, ହେଲେ ଆଜି ଯାଏଁସେମାନେ ବିବାହ କରିନାହାନ୍ତି।

ସୁସ୍ମିତା ସେନ୍

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ୪୪ ବର୍ଷ ବୟସ| ସୁସ୍ମିତା ଏବେ ମଧ୍ୟ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ନିକଟରେ ସୁସ୍ମିତା ସେନଙ୍କ ୱେବ୍ ସିରିଜ୍ ‘ଆର୍ଯ୍ୟ’ର ଟ୍ରେଲର ରିଲିଜ୍ ହୋଇଛି। ସୁସ୍ମିତା ଦୀର୍ଘ ଦିନ ଧରି ପ୍ରେମିକ ରେହମାନ ଶଲଙ୍କୁ ଡେଟ କରୁଛନ୍ତି। ଉଭୟ ଇନଷ୍ଟାଗ୍ରାମରେ ସେମାନଙ୍କର ଫଟୋ ଏବଂ ଭିଡିଓ ଏକାଠି ସେୟାର କରନ୍ତି| କିନ୍ତୁ ଆଜ ଯାଏଁ ସେମାନେ ବିବାହ କରିନାହାନ୍ତି।

ଅମିଷା ପଟେଲ

୯ ଜୁନ୍ ୧୯୭୫ ରେ ଜନ୍ମ ହୋଇଥିବା ଅମିଷା ପଟେଲଙ୍କୁ ୪୫ ବର୍ଷ ବୟସ। କିନ୍ତୁ ଆପଣ ତାଙ୍କ ଫିଟନେସକୁ ଦେଖି ତାଙ୍କ ବୟସର ଅନୁମାନ କରିପାରିବେ ନାହିଁ। ୨୦୦୦ ରେ ଫିଲ୍ମ ‘କହୋ ନା ପ୍ୟାର ହୈ’ ସହିତ ଅମିଷା ବଲିଉଡରେ ଡେବ୍ୟୁ କରିଥିଲେ।  ହିନ୍ଦୀ ଫିଲ୍ମ ବ୍ୟତୀତ ଏହି ଅଭିନେତ୍ରୀ ତେଲୁଗୁ ଏବଂ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଅମିଷା ଏଯାଏଁ କିନ୍ତୁ ବିବାହ କରନାହାନ୍ତି।

ତବୁ

ଅଭିନେତ୍ରୀ ତବୁ ନିଜର ଅଭିନୟ ପାଇଁ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।  ତବୁଙ୍କୁ ୪୮ ବର୍ଷ ବୟସ ହେଲାଣି। ସେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ହିନ୍ଦୀ ବ୍ୟତୀତ ତବୁ ତାମିଲ, ତେଲୁଗୁ, ମାଲାୟାଲମ୍, ବଙ୍ଗଳା ଫିଲ୍ମରେ ମଧ୍ୟ କାମ କରିଛନ୍ତି।

Comment