ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

dil bechara-1

ଆମ ସମସ୍ତଙ୍କ ଗହଣରେ ଆଉ ନାହାନ୍ତି ଅଭିନେତା ସୁଶାନ୍ତ ସିଂ ରାଜପୁତ। ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସେ। ଆଜି ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ ସରିଛି। ସାରା ବି-ଟାଉନ ଏବେ ସ୍ତବ୍ଧ। ଜଣେ ସୁନ୍ଦର ଏବଂ ନିଖୁଣ ଅଭିନେତାଙ୍କୁ ହରାଇ ସାରା ସିନେଜଗତଠାରୁ ଆରମ୍ଭ କରି ସାଧାରଣଜନତା ପର୍ଯ୍ୟନ୍ତ ସମସ୍ତେ ହୋଇଛନ୍ତି ମର୍ମାହତ।

ତେବେ ସୁଶାନ୍ତଙ୍କ ବଲିଉଡ କ୍ୟାରିୟର ଦେଖିବାକୁ ଗଲେ ବେଶ୍ ସଫଳତାପୂର୍ଣ୍ଣ ରହିଛି। ତାଙ୍କ ଅଭିନୀତ ପ୍ରାୟ ସମସ୍ତ ଫିଲ୍ମ ହିଟ୍ ହୋଇଥିଲା। ଶେଷଥର ପାଇଁ ଦର୍ଶକ ତାଙ୍କୁ ପରଦାରେ ‘ଛିଛୋରେ’ ଫିଲ୍ମରେ ଦେଖିଥିଲେ। ଏହା ପରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା ତାଙ୍କ ଫିଲ୍ମ ‘ଡ୍ରାଇଭ୍’। ମୃତ୍ୟୁ ପୂର୍ବରୁ ସୁଶାନ୍ତ ବିଭିନ୍ନ ପ୍ରୋଜେକ୍ଟରେ କାମ କରୁଥିଲେ। ତାଙ୍କ ଶେଷ ଅଭିନୀତ ଫିଲ୍ମ ହେଉଛି ‘ଦିଲ୍ ବେଚେରା’।

dil bechara-2

୨୦୧୨ରେ ରିଲିଜ୍ ହୋଇଥିବା ଜନ୍ ଗ୍ରୀନଙ୍କ ନୋଭେଲ୍ ‘ଦି ଫଲ୍ଟ ଇନ ଆଓ୍ୱାର ଷ୍ଟାର୍ସ୍’ ଉପରେ ହୋଇଥିବା ହଲିଉଡ୍ ଫିଲ୍ମର ଏହା ହେଉଛି ହିନ୍ଦୀ ରିମେକ୍। ଏହି ଫିଲ୍ମଟି ଦୁଇ କ୍ୟାନସର ରୋଗୀଙ୍କ ଜୀବନୀ ଉପରେ ଆଧାରିତ ଥିଲା ଯିଏ ପରସ୍ପର ପ୍ରେମରେ ପଡ଼ିଯାଉଛନ୍ତି। ଏଥିରେ ସୁଶାନ୍ତ ଲିଡ୍ ରୋଲରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ନାୟିକା ସାଜିଥିଲେ ସଂଜନା ସାଙ୍ଘୀ।

ଏହି ଫିଲ୍ମ ଜରିଆରେ ମୁକେଶ ଛାବରା ମଧ୍ୟ ନିଜର ଡିରେକ୍ସନ ଡେବ୍ୟୁ କରିବାକୁ ଯାଉଥିଲେ। ଫିଲ୍ମର ସମସ୍ତ ସୁଟିଂ କାମ ଶେଷ ହୋଇଯାଇଥିଲା। କିନ୍ତୁ ମୁକେଶ ଛାବରା ‘ମି ଠୁ’ ମୁଭମେଣ୍ଟରେ ଫସିଯାଇଥିବାରୁ ଫିଲ୍ମଟି ରିଲିଜ୍ ହୋଇପାରିନାହିଁ। କିନ୍ତୁ ବର୍ତ୍ତମାନ ଫିଲ୍ମଟି ରିଲିଜ୍ ହେବା ପାଇଁ ସଂପୂର୍ଣ୍ଣରୂପେ ପ୍ରସ୍ତୁତ ଅଛି। ଆଗାମୀ ଦିନରେ ଏବା ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇପାରେ। ଏଥିରେ ଦର୍ଶକ ଶେଷଥର ପାଇଁ ସୁଶାନ୍ତଙ୍କ ଅଭିନୟ ଦେଖିଇବାକୁ ପାଇବେ।

Comment