ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ପରିବାର, ପ୍ରଶଂସକ ଏବଂ ବଲିଉଡ ସମସ୍ତଙ୍କୁ ଏକ ଗଭୀର ଧକ୍କା ଲାଗିଛି। ସୁଶାନ୍ତଙ୍କ ସମ୍ପର୍କୀୟ ଭାଉଜ ତାଙ୍କ ଆତ୍ମହତ୍ୟାକୁ ସହିପାରିନାହାନ୍ତି। ସେ ମଧ୍ୟ ଆଖି ବୁଜି ଦେଇଛନ୍ତି।

ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଗାଁରେ ପହଞ୍ଚିବା ମାତ୍ରେ ତାଙ୍କ ସମ୍ପର୍କୀୟ ଭାଉଜ ସୁଧା ଦେବୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ ମଧ୍ୟ ଡିପ୍ରେସନର ଶିକାର ହୋଇଥିଲେ। ସେ ଖାଇବା ପିଇବା ବନ୍ଦ କରିଦେଇଥିଲେ। ସୁଶାନ୍ତଙ୍କ ମୁମ୍ବାଇରେ ଅନ୍ତିମସଂସ୍କାର କରାଯାଉଥିଲା ବେଳେ ସୁଧା ଦେବୀଙ୍କ ମୃତ୍ୟୁ ଖବର ଆସିଥିଲା।

ଖବର ଅନୁସାରେ ସୁଧା ଦେବୀ ପୂର୍ବରୁ ଅସୁସ୍ଥ ଥିଲେ। ସୁଶାନ୍ତଙ୍କ ଏମିତି ଖବର ଶୁଣିବା ପରେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡ଼ି ଯାଇଥିଲା।

Comment