ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପରେ ଗୋଟିଏ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତକାଲି ଭୁବନେଶ୍ୱରର ବ୍ଲୁ ହୁଇଲ ହସ୍ପିଟାଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା ପ୍ରତିଷ୍ଠାନରୁ ଜଣେ ରୋଗୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଗତ ୧୯ ତାରିଖରେ କ୍ୟାନସ୍‌ର ହସ୍ପିଟାଲର ଇମର୍ଜେନ୍ସି ୱାର୍ଡରେ ଭର୍ତ୍ତି ହୋଇଥିଲେ ଗଞ୍ଜାମରୁ ଆସିଥିବା ଜଣେ ରୋଗୀ। ତାଙ୍କର କେମୋ ଥେରାପି ଚାଲିଥିଲା। ତେବେ ଏହି ରୋଗୀଙ୍କର କୋଭିଡ୍‌ ପରୀକ୍ଷା ହୋଇଥିଲା। ଆଜି ରିପୋର୍ଟ ପଜିଟିଭ୍‌ ଆସିଛି। ଏହି ୱାର୍ଡରେ ଅନ୍ୟ ଦୁଇ ଜଣ ରୋଗୀ ମଧ୍ୟ ଥିଲେ।

ଏବେ ସଂପୃକ୍ତ ୱାର୍ଡକୁ ସିଲ କରାଯାଇଛି। ୱାର୍ଡ ଏବଂ ହସ୍ପିଟାଲ ପରିସରକୁ ସାନିଟାଇଜ କରାଯାଉଥିବା ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏହି ରୋଗୀଙ୍କୁ ଯେଉଁ ଡାକ୍ତର ଏବଂ ନର୍ସ ଚିକିତ୍ସା କରୁଥିଲେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। ଆସନ୍ତାକାଲି ସେମାନଙ୍କର କରୋନା ପରୀକ୍ଷା କରାଯିବ। ଏହାସହ ରୋଗୀଙ୍କ ପାଖରେ ଥିବା ଆଟେଣ୍ଡାଣ୍ଟଙ୍କର ମଧ୍ୟ କରୋନା ପରୀକ୍ଷା ହେବ।

Comment