ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସିବା କାରଣରୁ ମମତା ବାନାର୍ଜୀ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନକୁ ବଢ଼ାଇ ଦେଇଛନ୍ତି। ଲକଡାଉନ ବଢାଇବା ସହ କିଛି ଜିଲ୍ଲାରେ କଟକଣା କୋହଳ କରାଯିବ ବୋଲି କହିଛନ୍ତି ମମତା।

ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ନେଇ ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ କରୋନାର ସାମ୍ପ୍ରତିକ ସ୍ଥିତି ନେଇ ଆଲୋଚନା ହୋଇଥିଲା।ସେହି ଆଲୋଚନା ପରେ ତାଲାବନ୍ଦ ବଢାଇବା ବିଷୟ ଘୋଷଣା କରାଯାଇଛି।

ପଶ୍ଚିମବଙ୍ଗରେ ଏ ପର୍ଯ୍ୟନ୍ତ ୧୪,୭୨୮ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୫୮୦ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ୯,୨୧୮ ଜଣ ସୁସ୍ଥ ବି ହୋଇଥିବା ଜଣାପଡିଛି।

Comment