ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଘର ଘର ନାଦରେ ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଅନ୍ୟପଟେ ଦାରୁବ୍ରହ୍ମଙ୍କ ପହଣ୍ଡି ମଧ୍ୟ ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ରଥରେ ବିଜେ କରାଯାଇଛି। ଏହାପରେ ବଡ଼ ଠାକୁର ବଳଭଦ୍ରଙ୍କୁ ପହଣ୍ଡିରେ ଅଣାଯାଇଛି। ସେବାୟତମାନଙ୍କ ଗହଳିରେ ବଳଭଦ୍ର ଟାହିଆ ହଲାଇ ରଥକୁ ବିଜେ କରିଛନ୍ତି।ଦିନ ୧୦ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ସାଢ଼େ ୧୧ଟା ସୁଦ୍ଧା ଛେରାପହଁରା ଓ ଏହାପରେ ଚାରମାଳ ଫିଟାଯିବା ସହିତ ଘୋଡ଼ା ଲଗାଯିବ। ମଧାହ୍ନ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।

ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେଉଛି। ପୁରୀ ସହରରେ କର୍ଫ୍ୟୁ ଲଗାଯିବା ସହିତ ୭୦ ପ୍ଲାଟୁନ୍ ଫୋର୍ସ ମୂତୟନ ହୋଇଛନ୍ତି। ଭକ୍ତମାନଙ୍କୁ ମଧ୍ୟ ପୁରୀ ସହର ଭିତରକୁ ଯିବାକୁ ବାରଣ କରାଯାଇଛି।

Comment