ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଜଣାଶୁଣା ନାୟିକା ତାଲିକାରେ ଏବେ ଅଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ। ବହୁ ହିଟ୍‌ ଫିଲ୍ମରେ ସେ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି। ଭିନ୍ନ ଭିନ୍ନ ଚରିତ୍ର ପାଇଁ ଦର୍ଶକ ତାଙ୍କୁ ଭଲ ପାଇବା ଦେଇଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଦ୍ୟା ଗୋଟିଏ ଫିଲ୍ମ ପାଇଁ ୭୫ ଥର ଅଡିସନ ଦେଇଥିଲେ। ୭୫ ଥର ଅଡିସନ ଦେଲା ପରେ ସେ ଫିଲ୍ମ ପାଇଁ ମନୋନୀତ ହୋଇଥିଲେ।vidya saif

ବିଦ୍ୟା ବାଲାନଙ୍କ ଏହି ଫିଲ୍ମ ଥିଲା ‘ପରିଣୀତା’। ପ୍ରଦୀପ ସରକାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଦ୍ବାରା ଏହି ନାଁରେ ଲିଖିତ ବଙ୍ଗଳା ଉପନ୍ୟାସର ରୂପାନ୍ତରଣ। ଏଥିରେ ସୈଫ ଅଲୀ ଖାନ୍,ସଞ୍ଜୟ ଦତ୍ତ ଏବଂ ଦିୟା ମିର୍ଜା ମଧ୍ୟ ପ୍ରମୁଖ ଭୂମିକାରେ ଥିଲେ।

ଏହି ଫିଲ୍ମରେ ବିଦ୍ୟା ଜଣେ ବଙ୍ଗୀୟ ଝିଅ ‘ଲଲୀତା’ ଭୂମିକା ନିଭେଇଥିଲେ। ଏହି ଫିଲ୍ମରେ କୋଲକାତାର ପରମ୍ପରାକୁ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଥିଲା। ସୈଫ୍ ଏବଂ ବିଦ୍ୟାଙ୍କ ଯୋଡ଼ିକୁ ମଧ୍ୟ ବେଶ୍ ପ୍ରଶଂସା ମିଳିଥିଲା।

Comment