ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଦ୍ୟାବାଲନ୍‌ ବଲିଉଡର ଜଣେ ପ୍ରତିଭାବାନ ନାୟିକା। ସେ ୨୦୦୫ରେ ରିଲିଜ୍‌ ହୋଇଥିବା ସୁପରହିଟ୍ ଫିଲ୍ମ ‘ପରିଣୀତା’ରୁ ହିରୋଇନ୍ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ।

୧୯୭୯ ମସିହା ଜାନୁଆରୀ ୧ ତାରିଖରେ ବିଦ୍ୟାବାଲନଙ୍କର ଜନ୍ମ। ସେ ୨୦୧୨ ମସିହାରେ ପ୍ରଖ୍ୟାତ ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଥିଲେ। ଏହା ଥିଲା ସିଦ୍ଧାର୍ଥଙ୍କର ତୃତୀୟ ବିବାହ, ହେଲେ ବିଦ୍ୟାଙ୍କର ପ୍ରଥମ ବିବାହ।

ବିଦ୍ୟା ଥରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଷ୍ଟ୍ରୀୟ ପୁରସ୍କାର, ପାଞ୍ଚଟି ଫିଲ୍ମଫେୟାର ପୁରସ୍କାର ଓ ଛଅଟି ସ୍କ୍ରିନ୍‌ ଆୱାର୍ଡ ହାସଲ କରିଛନ୍ତି। ବିବାହ ପୂର୍ବରୁ ବିଦ୍ୟା ବାଲନ୍‌ଙ୍କର କେଉଁମାନଙ୍କ ସହ ଥିଲା ଆଫେଆର୍‌ ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

ସୈଫ୍ ଅଲ୍ଲୀ ଖାନ୍

ବିଦ୍ୟାବାଲନଙ୍କ ପ୍ରଥମ ସିନେମା ଥିଲା ‘ପରିଣୀତା’। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ ସୈଫ୍ ଅଲ୍ଲୀ ଖାନ୍। କୁହାଯାଏ ଯେ ଏହି ଫିଲ୍ମର ସୁଟିଂ ସେଟରେ ସୈଫଙ୍କ ପ୍ରତି ଅତିମାତ୍ରାରେ ଆକର୍ଷିତ ହୋଇଥିଲେ ବିଦ୍ୟା। ସେତେବେଳେ ଜଣେ ନବାଗତା ଥିଲେ ବିଦ୍ୟା ବାଲନ୍। ଏହି ପ୍ରେମ ଏକତରଫା ବି ନଥିଲା।

ସୈଫ୍ ବି ସେତେବେଳେ ସିଙ୍ଗଲ୍ ଥିଲେ। ଏଣୁ ସେ ବି ବିଦ୍ୟାଙ୍କ ଆଡ଼କୁ ଢଳିଥିଲେ। ତେବେ ଏ ଦୁହିଁଙ୍କର ରୋମାନ୍‌ସ ସେଟ୍ ବାହାରେ ଦେଖିବାକୁ ମିଳିନଥିଲା।

ଜନ୍ ଆବ୍ରାହମ୍

ଅନ୍ୟ ଯେଉଁ ବଲିଉଡ ହିରୋଙ୍କ ସହିତ ବିଦ୍ୟା ବାଲନଙ୍କର ଲିଙ୍କ-ଅପର ଖବର ଶୁଣିବାକୁ ମିଳିଥିଲା, ସେ ହେଲେ ଜନ୍‌ ଆବ୍ରାହମ୍‌। ଜନଙ୍କ ବିପକ୍ଷରେ ବିଦ୍ୟା ମଲ୍ଟି-ଷ୍ଟାରର ଫିଲ୍ମ ‘ସଲାମ୍-ଏ-ଇସ୍କ’ରେ ନଜର ଆସିଥିଲେ।

‘ସଲାମ୍‌-ଏ-ଇସ୍କ’ ଫିଲ୍ମର ସୁଟିଂ ସମୟରେ ବିଦ୍ୟାବାଲନ୍ ଓ ଜନ୍‌ ଆବ୍ରାହମଙ୍କର ଆଫେଆର୍‌ ଆରମ୍ଭ ହୋଇଥିଲା। ଏହାକୁ ମିନି ଆଫେଆର୍ ବୋଲି ସେତେବେଳେ କୁହାଗଲା। ଏହି ସମୟରେ ଜନ୍‌ ଆବ୍ରାହମ୍‌ ଓ ବିପାସା ବସୁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇସାରିଥାଏ। ସେତେବେଳେ ଜନ୍ ନୂଆ ଗର୍ଲଫ୍ରେଣ୍ଡ୍ ସନ୍ଧାନରେ ଥାଆନ୍ତି। ବିଦ୍ୟାଙ୍କୁ ସେହି ସ୍ଥାନ ଦେବା ଲାଗି ମନ କରନ୍ତି। କିନ୍ତୁ ବିଦ୍ୟା ପରେ ଏଥିରୁ ଖସି ଆସିଥିଲେ।

ଶାହିଦ୍‌ କପୁର

ସୈଫ୍‌ ଅଲ୍ଲି ଖାନ୍‌ ଓ ଜନ୍‌ ଆବ୍ରାହମଙ୍କ ପରେ ଶାହିଦ୍‌ କପୁରଙ୍କ ସହ ବିଦ୍ୟା ବାଲନଙ୍କର ନାଁ ଯୋଡ଼ା ଯାଇଥିଲା। ଏ ଦୁହେଁ ୨୦୦୮ରେ ରିଲିଜ୍‌ ହୋଇଥିବା ହିନ୍ଦୀ ସିନେମା ‘କିସମତ କନେକ୍ସନ‍’ରେ ନାୟକ-ନାୟିକା ଭୂମିକାରେ ଅଭିନୟ କରିଥିଲେ।

‘କିସମତ କନେକସନ୍‌’ର ସୁଟିଂ ବେଳେ ଶାହିଦ୍‌ କରିନାଙ୍କୁ ଡେଟ୍ କରୁଥିଲେ। ଏଣେ ସୁଟିଂ ସେଟ୍‌ରେ ସେ ବିଦ୍ୟାଙ୍କ ସହ ରୋମାନ୍‌ସ କରୁଥିଲେ। ବିଦ୍ୟାଙ୍କ ସହିତ ଶାହିଦଙ୍କର ଆଫେଆର୍‌ ପ୍ରାୟ ଦେଢ଼ ବର୍ଷ ଧରି ଚାଲିଥିଲା। ଏହି ଖବର ପ୍ରକାଶ ପାଇବା ପରେ କରିନା ଶାହିଦ୍‌ କପୁରଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ।

ବିଦ୍ୟା ବାଲନଙ୍କ ପାଇଁ ଶାହିଦ୍‌-କରିନାଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା ବୋଲି ଚର୍ଚ୍ଚା ବି ଶୁଣିବାକୁ ମିଳେ। କିନ୍ତୁ ବିଦ୍ୟା କେବେହେଲେ ଏହି ତିନି ହିରୋଙ୍କ ସହିତ ଆଫେଆରକୁ ସ୍ୱୀକାର କରିନାହାନ୍ତି।

Comment