ଓଡିଶାଲାଇଭ୍ କରୋନା ବ୍ୟୁରୋ

ଭାରତର ପ୍ରଥମ କୋଭିଡ୍ ଟିକା କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ୍ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛି ଇଣ୍ଡିଆନ ମେଡିକାଲ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର୍। ଏଥିସହ ଅଗଷ୍ଟ ୧୫ ସୁଦ୍ଧା ଏହାର ଫଳାଫଳ ପ୍ରକାଶ କରିବାକୁ ଯୋଜନା ରଖାଯାଇଛି। ଏନେଇ ଆଇସିଏମଆର ଡିଜି ବଳରାମ ଭାର୍ଗବ ଭାରତ ବାୟୋଟେକକୁ ଚିଠି ଲେଖିଛନ୍ତି।

ଫାଷ୍ଟଟ୍ରାକ୍ ମେଥଡ ଜରିଆରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ସାରିବାକୁ ଚିଠିରେ କୁହାଯାଇଛି। ଏହି ଅନୁସାରେ ଯଦି ଟ୍ରାଏଲ ସରେ ତେବେ ଅଗଷ୍ଟ ୧୫ ସୁଦ୍ଧା ଫଳାଫଳ ମିଳିବ ବୋଲି ଆଶା କରାଯାଉଛି। ଯଦି ଏପରି ହୁଏ ତେବେ କରୋନା ମୁକାବିଲା କ୍ଷେତ୍ରରେ ଭାରତକୁ ଏକ ବଡ଼ ସଫଳତା ମିଳିବ।

ଭାରତ ବାୟୋଟେକ୍ ଦ୍ଵାରା ପ୍ରସ୍ତୁତ କୋଭାକ୍ସିନର ଫେଜ୍-୧ ଏବଂ ଫେଜ୍-୨ର ଟ୍ରାଏଲ ପାଇଁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ ମଞ୍ଜୁରୀ ଦେଇସାରିଛି। ଜୁଲାଇ ମାସରେ ସାରା ଦେଶରେ ଏହାର କ୍ଲିନିକାଲ ଟ୍ରାଏଲ କରିବାକୁ ଯୋଜନା କରାଯାଇଛି। ଆଇସିଏମଆର, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ମିଳିତ ଉଦ୍ୟମରେ ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନ ପ୍ରସ୍ତୁତ କରାଯାଇଛି।

Comment