ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପାଇଁ ଏଥର ଶ୍ରାବଣ ମାସର ବୋଲବମ୍ ଯାତ୍ରା ବନ୍ଦ। କୌଣସି କାଉଡ଼ିଆ ପାଣି ନେଇ ମନ୍ଦିରରେ ଜଳଲାଗି କରିପାରିବେ ନାହିଁ। ଏନେଇ ଆଜି ଏସଆରସି ପ୍ରଦୀପ ଜେନା ପ୍ରେସମିଟ କରି ସୂଚନା ଦେଇଛନ୍ତି।

କୌଣସି କାଉଡିଆ ଏବର୍ଷ ସର୍ବସାଧାରଣ ରାସ୍ତାରେ ଚାଲିଚାଲି ଯାଇପାରିବେ ନାହିଁ, କି ଶିବ ମନ୍ଦିରରେ ଠାକୁରଙ୍କୁ ଜଳଲାଗି କରିପାରିବେ ନାହିଁ। ଏନେଇ ରାଜ୍ୟ ସରକାର ପକ୍ଷରୁ କଟକଣା ଜାରି କରାଯାଇଛି। ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ ବୋଲବମ କାରଣରୁ ମନ୍ଦିରରେ ଭିଡ଼ ହୋଇପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ବୋଲବମ୍ ଯାତ୍ରାକୁ ବନ୍ଦ କରାଯାଇଛି।ଆଉ କିଛି ଦିନ ପରେ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି। ଏହି ମାସରେ କାଉଡିଆମାନେ ପାଣି ନେଇ ଶିବ ମନ୍ଦିରରେ ଜଳଲାଗି କରାଇଥାନ୍ତି। ହେଲେ ଚଳିତ ବର୍ଷ କରୋନା ଭୟାବହତା ଦୃଷ୍ଟିରୁ ଏହାକୁ ବନ୍ଦ କରିଦିଆଯାଇଛି। ଏହାପୂର୍ବରୁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଚଳିତବର୍ଷ କାଉଡିଆଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ମନା ହୋଇଛି। କାଉଡିଆ ଭକ୍ତମାନେ ମନ୍ଦିର ଆସି ଜଳଲାଗି କରିପାରିବେ ନାହିଁ ବୋଲି କୁହାଯାଇଛି।

Comment