ଓଡିଶାଲାଇଭ୍ ବ୍ୟୁରୋ

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର। କିନ୍ତୁ ବିନା ଭକ୍ତରେ ଖାଁ ଖାଁ ଲାଗୁଛି ମନ୍ଦିର ପରିବେଶ। କରୋନା ସଂକ୍ରମଣ ଦୃଷ୍ଟିରୁ ଏବର୍ଷ କାଉଡ଼ିଆମାନେ ଜଳଲାଗି କରିପାରିବେ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଶିବମନ୍ଦିରଗୁଡ଼ିକରେ କେବଳ ପାରମ୍ପରିକ ପୂଜା କରାଯାଉଛି।

ଆଜି ରାଜ୍ୟର ଶୈବପୀଠଗୁଡ଼ିକ ବୋଲବମ୍ ଡାକ, ହରିବୋଲ ହୁଳହୁଳିରେ କମ୍ପି ଉଠୁଥା’ନ୍ତା। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଦୃଷ୍ଟିରୁ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଯାଇଛି। ତେଣୁ ଭକ୍ତ ବିନା ଶିବ ମନ୍ଦିରଗୁଡ଼ିକ ଖାଁ ଖାଁ ଲାଗୁଛି।

ଚଳିତ ବର୍ଷ କାଉଡ଼ିଆମାନେ ଜଳଲାଗି କରିବାକୁ ଆସିନାହାନ୍ତି। କେବଳ ପାରମ୍ପରିକ ପୂଜା କରାଯାଉଛି। ଭୁବନେଶ୍ଵରର ଶ୍ରୀ ଲିଙ୍ଗରାଜ, କଟକର ଧବଳେଶ୍ଵର, ଭଦ୍ରକର ବାବା ଆଖଣ୍ଡଳମଣି, ବଲାଙ୍ଗିରର ହରିଶଙ୍କର ଓ ବାଲେଶ୍ଵରର ଝାଡ଼େଶ୍ଵରଙ୍କ ଭଳି ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକ ଭକ୍ତଶୂନ୍ୟ ହୋଇପଡ଼ିଛି।

ପ୍ରତିବର୍ଷ ହଜାର ହଜାର ଭକ୍ତ ବୋଲବମ ଯାତ୍ରା କରି ଶିବମନ୍ଦିରରେ ଜଳଲାଗି କରିଥା’ନ୍ତି। କିନ୍ତୁ ବର୍ତ୍ତମାନ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ବୋଲବମ୍ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Comment