ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଆଜିଠୁ ପୁଣି ଆରମ୍ଭ ହେବ ସେବାୟତଙ୍କ କୋଭିଡ୍ ଟେଷ୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରଥଯାତ୍ରା ଶେଷ ହେବା ପରେ ସେବାୟତଙ୍କର ଆଜିଠୁ କୋଭିଡ୍ ଟେଷ୍ଟ କରାଯିବ। ଏହାପରେ ଏହି ରିପୋର୍ଟ ସୁପ୍ରିମକୋର୍ଟଙ୍କ ପାଖକୁ ପଠାଯିବ।

ଏହି ଟେଷ୍ଟିଂ ଆଜିଠୁ ଆରମ୍ଭ ହୋଇ ଚାରିଦିନ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୩ଟି ସ୍ଥାନ ନିରୂପଣ କରାଯାଇଛି। ଏହି ସ୍ଥାନରେ ପର୍ଯ୍ୟାୟ କ୍ରମେ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ପ୍ରଥମେ ଦଇତାପତି ନିଯୋଗ ପରେ ଗରାବଡୁ ଓ ଏହାପରେ ଅନ୍ୟ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।CGU newଚଳିତ ବର୍ଷ କୋଭିଡ୍ କଟକଣା ଭିତରେ କେବଳ ସେବାୟତମାନଙ୍କୁ ନେଇ ରଥଯାତ୍ରା ଆୟୋଜନ କରାଯାଇଥିଲା। ହେଲେ ଏଥିପାଇଁ ପ୍ରଥମେ ସେବାୟତମାନଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା। ଶ୍ରୀଗୁଣ୍ଡିଚା ପୂର୍ବରୁ ଥରେ ଓ ଏହାପରେ ବାହୁଡ଼ା ଯାତ୍ରା ପୂର୍ବରୁ ଦ୍ୱିତୀୟ ଥର ପାଇଁ ସେବାୟତଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା।

ଏହି ସମୟରେ କେବଳ ରିପୋର୍ଟ ନେଗେଟିଭ୍ ଥିବା ସେବାୟତଙ୍କୁ ରଥଯାତ୍ରାରେ ସାମିଲ କରାଯାଇଥିଲା। ଯେଉଁ ସେବାୟତଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା ସେମାନଙ୍କୁ ରଥଯାତ୍ରାରୁ ବାଦ୍ ଦିଆଯାଇଥିଲା। ବର୍ତ୍ତମାନ ତୃତୀୟ ଥର ପାଇଁ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ।

Comment