ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଓଡ଼ିଆ ଝିଅ ଅପସରା ରାଣୀ ଓ ଓଡ଼ିଆ ପୁଅ ରକ୍‌ଙ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ଏହି ଓଡ଼ିଆ ପୁଅ, ଝିଅ। ବଲିଉଡରେ ଏହା ପଥମ ଫିଲ୍ମ ଯେଉଁଥିରେ ଲିଡ ରୋଲରେ ଥିବା ହିରୋ ଏବଂ ହିରୋଇନ ଉଭୟ ଓଡ଼ିଶାର।

ଅପସରା ରାଣୀ ନୟାଗଡ଼ର ହୋଇଥିଲା ବେଳେ ରକ୍‌ ନବରଙ୍ଗପୁରର। ତେବେ ବଲିଉଡରେ ଓଡ଼ିଆଙ୍କ କମାଲ ପ୍ରଥମ ନୁହେଁ, ଏମାନଙ୍କ ପୂର୍ବରୁ ବଲିଉଡରେ ଓଡ଼ିଆ କଳାକାର କାମ କରି ବେଶ ନାଁ କରିଛନ୍ତି।

ଅପସରା ରାଣୀ

ଅପସରାଙ୍କ ପ୍ରକୃତୁ ନାଁ ଅଙ୍କିତା। ସେ ତାଙ୍କ ନାଁ ବଦଳାଇ ଅପସରା ରଖିଛନ୍ତି। ଓଡ଼ିଶାର ନୟାଗଡ଼ କଣ୍ଟିଲୋରେ ଜନ୍ମ ହୋଇଥିବା ଅପସରା ଡେରାଡୁନବଢ଼ିଛନ୍ତି। ବଲିଉଡ୍‌ ଷ୍ଟାର୍‌ ହେବାକୁ ଇଚ୍ଛା ରଖିଥିବା ଅପସରା ତାଙ୍କ ଅପ୍‌କମିଂ ଫିଲ୍ମ ଥ୍ରୀଲର ପାଇଁ ଏବେ କଡ଼ା ପରିଶ୍ରମ କରୁଛନ୍ତି।rock kachhi-1

ରକ୍ କାଚି

ରକ୍ କାଚିଙ୍କ ଜନ୍ମ ନବରଙ୍ଗପୁର ଉପରକୋଟରେ ହୋଇଥିଲା। ବାପା ୟାସିନ୍ କାଚି ଏବଂ ମା’ ସଓ୍ୱାନ କାଚି ଏବଂ ଦୁଇ ଭାଇ ଜାଭେଦ ଅଦନାନଙ୍କ ସହ ସେ ମହାରାଷ୍ଟ୍ରର କୋହ୍ଲାପୁରରେ ରୁହନ୍ତି। ସେ କୋହ୍ଲାପୁରରେ ନିଜର ଏମବିଏ ପଢ଼ା ସମାପ୍ତ କରିଛନ୍ତି। ମିଷ୍ଟର ମହାରାଷ୍ଟ୍ର ହେବା ସହ ସେ ମଡେଲିଂ ମଧ୍ୟ କରନ୍ତି। କଲେଜ୍ ସମୟରୁ ହିଁ ସେ ଆକ୍ଟିଂ ପ୍ରତି ଆକୃଷ୍ଟ ଥିଲେ। ଆଙ୍କରିଂ ତଥା ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମରେ ସେ ଭାଗ ନେଇଛନ୍ତି। କେତେକ ୟୁଟ୍ୟୁବ୍  ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି।CGU new

ରୋନକ ମିଶ୍ର

କଟକ ବଡ଼ମ୍ବା ଜିଲ୍ଲା ନରସିଂପୁରର ପୁଅ ରୋନକ ମିଶ୍ର ମଧ୍ୟ ବଲିଉଡରେ ତାଙ୍କ ପ୍ରତିଭା ଦେଖାଇଛନ୍ତି। ‘ୟେ ହୈ ଫୁଲ ଟୁ ଧମାଲ’ ଫିଊ୍ମରେ ରୋନକଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିଥିଲା।

ନନ୍ଦିତା ଦାସ

ନନ୍ଦିତା ଦାସ ଏକାଧାରାରେ ଜଣେ ନିର୍ଦ୍ଦେଶିକା ଓ ଅଭିନେତ୍ରୀ। ସେ ଦିଲ୍ଲୀରେ ଗୋଟେ ଓଡ଼ିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଗର୍ବିତ କରିଛନ୍ତି। ସେ ନିକଟରେ ମାଣ୍ଟୋ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ଏହାସହ ଫାୟାର, ଆର୍ଥ, ଫିରାକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି।

ମନୋଜ ମିଶ୍ର

ମନୋଜ ମିଶ୍ର ବର୍ତ୍ତମାନ ଓଡ଼ିଶାର ଜଣେ ଉଦୀୟମାନ କଳାକାର। ସେ ଓଡ଼ିଆ, ହିନ୍ଦୀ ଓ ତାମିଲ ଫିଲ୍ମରେ ନେଗେଟିଭ୍‌ ରୋଲରେ ଅଭିନୟ କରିଛନ୍ତି। ସେ ମିଶନ କାଶ୍ମୀର, ସତ୍ତା, ମଙ୍ଗଲ ପାଣ୍ଡେ, ରାଭନ, ଦ୍ରିଶ୍ୟମ୍‌ ଭଳି ସିନେମାରେ ଅଭିନୟ କରିଛନ୍ତି।

ସୋନା ମହାପାତ୍ର

କଟକରେ ଜନ୍ମଗ୍ରହଣ କରିଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ବଲିଉଡ୍‌ରେ ଅନେକ ସୁପରହିଟ୍‌ ଗୀତ ଗାଇଛନ୍ତି। ସେ ଭୁବନେଶ୍ଵର ସିଇଟିରୁ ଇଞ୍ଜିନୟରିଂ ଡିଗ୍ରୀ ହାସଲ କରିଥିଲେ। ସେ ବାହାରା, ଅମ୍ଵରସାରିୟା, କତଲ-ଏ-ଆମ୍‌, ରୂପୟା ଭଳି ଗୀତ ଗାଇଛନ୍ତି। ଏହାଛଡ଼ା ସେ କୋକ୍‌ ଷ୍ଟୁଡିଓରେ ରଙ୍ଗବତୀ ଗୀତ ଗାଇ ସମାଲୋଚିତ ହୋଇଥିଲେ।

ସ୍ୱପ୍ନା ପତି

ସୁନ୍ଦର ଅଭିନୟ ଓ ଆକର୍ଷଣୀୟ ଚେହେରା ପାଇଁ ସିନେମା ଜଗତରେ ବେଶ୍‌ ନାଁ କରିଛନ୍ତି ଅଭିନେତ୍ରୀ ତଥା ମଡେଲ ଓଡ଼ିଆ ଝିଅ ସ୍ୱପ୍ନା ପତି। ହିନ୍ଦୀ, ଓଡ଼ିଆ, ତେଲୁଗୁ ଓ ବଙ୍ଗଳା ସିନେମାରେ ସେ ଅଭିନୟ କରି ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ନ୍ଦୀ ଫିଲ୍ମ ‘ଟୁ ଡିଜାୟର୍ସ ଆଣ୍ଡ ଏ ଡ୍ରିମ’, ‘ଅର୍ନ୍ତଧ୍ୱନି’, ‘ବୟଫ୍ରେଣ୍ଡ ଡଟ୍‌ କମ୍‌’ରେ ଲିଡ ରୋଲରେ ତାଙ୍କୁ ଦେଖିବାକୁ ମିଳିଛି।

ସୁଲଗ୍ନା ପାଣିଗ୍ରାହୀ

ମର୍ଡର ୨, ଇଶ୍କ ଓ୍ୱାଲା ଲଭ୍‌, ଗୁରୁ ଦକ୍ଷିଣ, ରେଡ୍‌ ଭକଳି ଫିଲ୍ମରେ ନଜର ଆସିଛନ୍ତି ଓଡ଼ିଆ ଝିଅ ସୁଲଗ୍ନା। ଏହାଛଡ଼ା ତାଙ୍କ ହିନ୍ଦୀ ସିରିଏଲରେ ମଧ୍ୟ ଦେଖିଛନ୍ତି ଦର୍ଶକ। ବ୍ରହ୍ମପୁର ଝିଅ ସୁଲଗ୍ନା ବଲିଉଡରେ କାମ କରି ବେଶ ନାଁ କରିଛନ୍ତି।

ସାଧୁ ମେହେର

୭୦ ଦଶକରେ ବଲିଉଡ୍‌ରେ ନିଜ କମାଲ ଦେଖାଇଥିଲେ ଓଡ଼ିଆ କଳାକାର ସାଧୁ ମେହେର। ତାଙ୍କ ଅଭିନୟ ପାଇଁ ୧୯୭୪ ମସିହାରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଅଙ୍କୁର, ଘାରୋଣ୍ଡା, ସଫେଦ ହାତୀ ଓ ଭୁଭାନ ସୋମ୍‌, ହମ୍‌ ଆପକେ ଦିଲ ମେଁ ରେହେତେ ହୈଁ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ପରେ ସେ ଓଡ଼ିଆ ଚଳଚ୍ଚିତ୍ରକୁ ଫେରି ଆସିଥିଲେ। ୨୦୧୭ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲା।

ଶିଶିର ମିଶ୍ର

ଶିଶିର ମିଶ୍ର ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ। ସେ ବଲିଉଡ୍‌ରେ ମଧ୍ୟ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ସେ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ଭିଗି ପଲକେ, ସମୟ କି ଧାରା, ବିଲୋ ବାଦଶାହା ଓ ଅସୀମାରେ ନିର୍ଦ୍ଦେଶନା ଦେଇଛନ୍ତି। ୨୦୧୮ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

କ୍ରିଷ୍ଣା ବେଉରା

ଓଡିଆ ଗାୟକ କ୍ରିଷ୍ଣା ବେଉରା। ‘ଚକ୍‌ଦେ ଇଣ୍ଡିଆ’ର ‘ମୌଲା ମେରେ’, ‘ମୁସାଫିର’ ଫିଲ୍ମର ‘ରବ୍ବା’, ‘ରାଜ୍‌-୨’ ଫିଲ୍ମର ‘ସୋନିଓ’ ଗୀତରେ କଣ୍ଠଦାନ କରିସାରିଛନ୍ତି। କ୍ରିଷ୍ଣାଙ୍କ ଘର ବାଙ୍କିର କୁଶୁପାଙ୍ଗିରେ।

ଏହାଛଡ଼ା ଅନେକ ଓଡ଼ିଆ ଅଛନ୍ତି ଯେଉଁମାନେ ହିନ୍ଦୀ ସିରିଏଲରେ ମଧ୍ୟ କାମ କରିଛନ୍ତି। ବୁଦ୍ଧାଦିତ୍ୟ ମହାନ୍ତି କୁମ୍‌କୁମ୍‌, ମେହେର, ପ୍ରତିମା, ଓ୍ଵାରିସ, ସ୍ତ୍ରୀ ତେରି କାହାନୀ, କୟା ହୁଆ ତେରେ ଓ୍ଵାଦାରେ ଅଭିନୟ କରିଛନ୍ତି। ପ୍ରକୃତି ମିଶ୍ର ମଧ୍ୟ ତ୍ରୀ ଦେବିୟାଁ, ଜୟ କହ୍ନେୟା ଲାଲ୍‌କି, ବିଟି ବିଜନେସଓ୍ଵାଲିରେ ଅଭିନୟ କରିଛନ୍ତି। ସେହିପରି ସମ୍ଭାବନା ମହାନ୍ତି ରାଜା ବେଟା ସିରିଏଲରେ ଅଭିନୟ କରିଛନ୍ତି।

Comment