ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ଗ୍ରେସୀ ସିଂ ଅନେକ ସୁପରଷ୍ଟାରଙ୍କ ସହ ଫିଲ୍ମରେ କାମ କରିଛନ୍ତି। କ୍ୟାରିୟର ଆରମ୍ଭରୁ ସେ ସୁପରହିଟ ଫିଲ୍ମରେ କାମ କରିବାର ସୁଯୋଗ ପାଇଛନ୍ତି। କିନ୍ତୁ ଏବେ ଗ୍ରେସୀ ସିଂ ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି।

‘ଲଗାନ୍’ ଏବଂ ‘ମୁନ୍ନାଭାଇ ଏମବିବିଏସ୍’ ଭଳି ସୁପରହିଟ୍ ଫିଲ୍ମରେ କାମ କରିଥିବା ଗ୍ରେସୀ ସିଂ ୧୯୮୦, ଜୁଲାଇ ୨୦ରେ ଜନ୍ମ ହୋଇଥିଲେ। ତାଙ୍କ ବାପା, ମା’ ତାଙ୍କୁ ଡାକ୍ତର କରିବାକୁ ଚାହୁଁଥିଲେ, କିନ୍ତୁ ଗ୍ରେସୀ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ହେବାକୁ ଚାହୁଁଥିଲେ। ସେ ଭାରତନାଟ୍ୟମ୍ ଏବଂ ଓଡ଼ିଶୀ ନୃତ୍ୟରେ ତାଲିମ ନେଇଛନ୍ତି।CGU new

ତାଙ୍କର ନୃତ୍ୟ ଦକ୍ଷତା ହେତୁ ଫିଲ୍ମ ‘ଲଗନ୍’ ପାଇଁ ତାଙ୍କ ସ୍କ୍ରିନ୍ ଟେଷ୍ଟ ନିଆଯାଇଥିଲା, ସେତେବେଳେ ଅଭିନେତ୍ରୀଙ୍କୁ ‘ହୋଟେଁ ପେ ଐସି ବାତ’ ଗୀତରେ ନାଚିବାକୁ କୁହାଯାଇଥିଲା। ତାଙ୍କର ନୃତ୍ୟ ପ୍ରତିଭା ଏବଂ ଅଭିନୟ ତାଙ୍କୁ ଅନେକ ଫିଲ୍ମ ଦିଆଯାଇଥିଲା।‘

ଗ୍ରେସୀ ଫିଲ୍ମ ‘ଗଙ୍ଗାଜଲ’ରେ ଅଭିନେତା ଅଜୟ ଦେବଗନଙ୍କ ସହ କାମ କରିଥିଲେ, କିନ୍ତୁ ଫିଲ୍ମରେ ତାଙ୍କ ଚରିତ୍ର ବହୁତ ଛୋଟ ଥିଲା।

ଏହି ଅଭିନେତ୍ରୀ ୨୦୦୪ ମସିହାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ‘ମୁନ୍ନା ଭାଇ ଏମବିବିଏସ’ରେ କାମ କରିଥିଲେ। ଏହା ପରେ ସେ ଟିଭି ସିରିଏଲ ‘ସନ୍ତୋଷୀ ମା’ରେ ଅଭିନୟ କରିଥିଲେ। ଏବେ କିନ୍ତୁ ଅଭିନୟ ଦୁନିଆରୁ ବହୁ ଦୂରରେ ଅଛନ୍ତି ଗ୍ରେସୀ ସିଂ। ସେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି।

Comment