ଓଡ଼ିଶାଲାଇଭ୍ ଏଣ୍ଟଟେନମେଣ୍ଟ ବ୍ୟୁରୋ

bollywood hidden talents

ବଲିଉଡରେ ନିଜର ଦମଦାର ଅଭିନୟ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି ଅନେକ କଳାକାର। ତେବେ ଏମାନଙ୍କ ମଧ୍ୟରୁ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଅଭିନୟ ବ୍ୟତୀତ ଅନ୍ୟ ପ୍ରତିଭା ମଧ୍ଯ ଭରି ରହିଛି। ତେବେ ଆସନ୍ତୁ ଜାଣିବା ଆପଣଙ୍କ ପ୍ରିୟ ବଲିଉଡ ଷ୍ଟାରଙ୍କ ହିଡେନ ଟ୍ୟାଲେଣ୍ଟ ବିଷୟରେ-

Amir khan chess

ଅମିର ଖାନ– ବଲିଉଡର ମିଷ୍ଟର ଫରଫେକ୍ଟସନିଷ୍ଟ ଭାବେ ପରିଚିତ ଅମିର ଖାନ ବହୁ ଭାବି ଚିନ୍ତି ନିଜ ଫିଲ୍ମର ଚୟନ କରିଥାନ୍ତି। ତେବେ ନିଖୁଣ ଅଭିନୟ ବ୍ୟତୀତ ଅମିର ଚେସ୍ ଖେଳରେ ବେଶ୍ ପାରଙ୍ଗମ। ପାଞ୍ଚ ଥର ଓ୍ୱାର୍ଲ୍ଡ ଚ୍ୟାମ୍ପିୟନସିପ୍ ଜିତିଥିବା ବିଶ୍ୱନାଥନ ଆନନ୍ଦଙ୍କ ସହ ମଧୟ ସେ ମ୍ୟାଚ ଖେଳିଛନ୍ତି।

Vidya balan

ବିଦ୍ୟା ବାଲନ– ବଲିଉଡରେ ଜଣେ ପ୍ରତିଭାବାନ ଅଭିନେତ୍ରୀଭାବେ ବିଦ୍ୟା ବଲାନ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ ବିଦ୍ୟା ବହୁତ ସୁନ୍ଦର କବିତା ପଢ଼ନ୍ତି। ଜଣେ ଦକ୍ଷ ନେରେଟର ହେବା ସହ ସେ ବହୁତ ଭଲ ମିମିକ୍ରି ମଧ୍ୟ କରନ୍ତି।

Randip hooda polo

ରଣଦୀପ ହୁଡ୍ଡା– ବିଭିନ୍ନ ଫିଲ୍ମରେ ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଛନ୍ତି ଅଭିନେତା ରଣଦୀପ ହୁଡ୍ଡା। ତେବେ ଆକ୍ଟିଂ ବ୍ୟତୀତ ସେ ପୋଲୋ ମଧ୍ୟ ଖେଳନ୍ତି। ତାଙ୍କ ନିଜର ଏକ ପୋଲୋ ଟିମ୍ ମଧ୍ୟ ଅଛି ଯାହାର ନାମ ହେଉଛି ରୟାଲ୍ ଋଷ୍ଟର୍ସ। ସେ ଛଅଟି ଘୋଡ଼ା ମଧ୍ୟ ରଖିଛନ୍ତି।

shahid kapoor DJ

ସାହିଦ କପୁର– ବଲିଉଡରେ ନିଜ ଅଭିନୟର ଯାଦୁ ଦେଖାଇଥିବା ସାହିଦ ଭଲ ଡ୍ୟାନ୍ସର ମଧ୍ୟ। ତେବେ ଏବା ବ୍ୟତୀତ ସେ ଜଣେ ପ୍ରଫେସନାଲ ଡିଜେ। ଫ୍ରି ଟାଇମରେ ସେ ଗୀତ ଶୁଣିବା ପସନ୍ଦ କରନ୍ତି।

boman irani

ବୋମନ ଇରାନୀ– ବଲିଉଡରେ ବମନ ଇରାନୀ ଜଣେ ଭର୍ସାଟାଇଲ୍ ଆକ୍ଟର ଭାବେ ବେଶ୍ ନାଁ କରିଛନ୍ତି। ତେବେ ଅଭିନୟ ବ୍ୟତୀତ ସେ ଜଣେ ବହୁତ ଭଲ ଫଟୋଗ୍ରାଫର ମଧ୍ୟ। ନିଜ ସୋସିଆଲ ମିଡିଆରେ ସେ ନିଜ ଫଟୋଗ୍ରାଫୀର କମାଲ୍ ମଧ୍ୟ ଦେଖାଇଛନ୍ତି।

yammi gautam

ୟାମି ଗୌତମ– ଅଭିନେତ୍ରୀ ୟାମି ଗୌତମ ଜଣେ ଇଣ୍ଟେରିୟର୍ ଡିଜାଇନର୍ ମଧ୍ୟ। ଗୋରେଗାଓଁରେ ଥିବା ନିଜ ଘରକୁ ମଧ୍ୟ ସେ ନିଜେ ଡିଜାଇନ୍ କରିଥିଲେ। ଆକ୍ଟି ପୂର୍ବରୁ ସେ ଇଣ୍ଟେରିୟର ଡିଜାଇନିଂରେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଥିଲେ।

katrina kaif guitar

କ୍ୟାଟ୍ରିନା କୈଫ୍– ବଲିଉଡରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍ ଜଣେ। ତେବେ ଅଭିନୟ ବ୍ୟତୀତ ସେ ଜଣେ କଥକ ଡ୍ୟାନ୍ସର ହେବା ସହ ବହୁତ ଭଲ ଗିତାର ମଧ୍ୟ ବଜାନ୍ତି। ସେ ନିଜେ ଗିତାର ବଜାଉଥିବା ସମୟର ଭିଡିଓ ସେୟାର ମଧ୍ୟ କରନ୍ତି।

Comment