ଓଡିଶାଲାଇଭ୍ ବ୍ୟୁରୋ

କରୋନା ଯୋଗୁଁ ଯେଉଁ ପ୍ରବାସୀ ଓଡ଼ିଆ ଶ୍ରମିକ ପଳାଇ ଆସିଥିଲେ ସେମାନେ ଆଉ ଫେରିବାକୁ ଚାହୁଁନାହାନ୍ତି। କିନ୍ତୁ ସେମାନଙ୍କୁ କାମ ମିଳିବା ଦରକାର। ଯଦି ରାଜ୍ୟ ଭିତରେ ରୋଜଗାର ଧନ୍ଦା ମିଳେ ୭୧ ପ୍ରତିଶତ ଶ୍ରମିକ ଅନ୍ୟ ରାଜ୍ୟକୁ ଯିବେ ନାହିଁ – ଏକଥା ଏକ ସର୍ଭେରୁ ଜଣାପଡ଼ିଛି।

ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସମ୍ବଲପୁର, ଦେବଗଡ଼ ଓ ବରଗଡ଼ରେ ଟେଲିଫୋନ ଜରିଆରେ ଏହି ସର୍ଭେ କରାଯାଇଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ଉନ୍ନୟନ ଓ ଆଦିବାସୀ ଅଧ୍ୟୟନ ବିଭାଗ ପକ୍ଷରୁ ଏହି ସର୍ଭେ କରାଯାଇଥିଲା।ଏହି ସର୍ଭେର ଫଳାଫଳରୁ ଜଣାପଡ଼ିଛି ଯେ ଏଠି କାମ ଧନ୍ଦା ନିୟମିତ ମିଳୁନଥିବାରୁ ଶ୍ରମିକମାନେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥା’ନ୍ତି। ଯଦି ବର୍ଷ ସାରା କାମ ମିଳେ ଶ୍ରମିକମାନେ କଦାପି ଅନ୍ୟତ୍ର ଯିବେ ନାହିଁ ବୋଲି ସର୍ଭେର ଅଧ୍ୟକ୍ଷ ପ୍ରଫେସର ଅରୁଣ ଆଚାର୍ଯ୍ୟ କହିଛନ୍ତି।

Comment