ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକ ପରେ ଦେଶ ପାଳନ କରିବ ୭୪ତମ ସ୍ୱାଧୀନତା ଦିବସ। ଏହା ପୂର୍ବରୁ ଆଜି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ପରେଡ ଅଭ୍ୟାସ ହୋଇଛି। ବର୍ଷା ସତ୍ତ୍ୱେ ସ୍ଥଳସେନା, ବାୟୁସେନା ଓ ନୌସେନା, ଦିଲ୍ଲୀ ପୋଲିସ ମୁହଁରେ ମାସ୍କ ପିନ୍ଧି ଏହି ପରେଡ ଅଭ୍ୟାସରେ ଭାଗ ନେଇଛନ୍ତି।BGU

ଅନ୍ୟପକ୍ଷରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଲାଲକିଲ୍ଲାର ସୁରକ୍ଷା ଯାଞ୍ଚ କରାଯାଇଛି। କୋଭିଡ କଟକଣା ଭିତରେ କେମିତି ଏ ବର୍ଷ ସ୍ୱାଧୀନତା ଦିବସ ପାଳନ କରାଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି।

ଆଜିର ପରେଡ ଅଭ୍ୟାସରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଦର୍ଶକ ଭାବେ ସାମିଲ ହୋଇଥିଲେ। ପ୍ରତିବର୍ଷ ସ୍ୱାଧିନତା ଦିବସ ଧୁମଧାମରେ ପାଳିତ ହୋଇଥାଏ। ଏ ବର୍ଷ କରୋନା ମହାମାରୀ ଥିବାରୁ ନିରାଡମ୍ବର ଭାବେ ସ୍ୱାଧୀନତା ଦିବସ ପାଳିତ ହେବ।

Comment