ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ଦିରରେ ଭିକ ମାଗି ସେ ତାଙ୍କ ପେଟକୁ ଆହାର ଯୋଗାନ୍ତି। ହାତରେ ଭିକ୍ଷା ଥାଳି ଧରି ସେ ଦୁଆର ଦୁଆର ବୁଲିଥାନ୍ତି। ହେଲେ କରୋନା ଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ସେ ଦେଖାଇଛନ୍ତି ମାନବିକତାର ପରିଚୟ।

ତାମିଲନାଡୁରେ ଭିକ୍ଷା ମାଗି ପେଟ ପୋଷୁଥିବା ଜଣେ ବାବା ତାଙ୍କ କଷ୍ଟ ଉପାର୍ଜିତ ଧନରୁ ୯୦ ହଜାର ଟଙ୍କା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ କରୋନା ପାଣ୍ଠିକୁ ଦାନ କରିଛନ୍ତି। ଯାହା ଏବେ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବାବାଙ୍କ ନାଁ ହେଉଛି ପୁଲପାଣ୍ଡିଆନ୍।BGUତାମିଲନାଡ଼ୁ ମଦୁରାଇର ଅଞ୍ଚଳରେ ରହିଥାନ୍ତି ପୁଲ୍‌ପାଣ୍ଡିଆନ୍। ରୋଜଗାର କହିଲେ ଭିକ୍ଷାବୃତ୍ତି। ଅନ୍ୟର ଦାନରେ ତାଙ୍କର ଥାଳ ଭର୍ତ୍ତି ହୁଏ। ମାତ୍ର କରୋନା ମୁକାବିଲା ପାଇଁ ଆର୍ଥିକ ସହାୟତା ଦେବାକୁ ଆଗେଇ ଆସିଛନ୍ତି ପୁଲ୍‌ପାଣ୍ଡିଆନ୍। ନିଜ ରୋଜଗାରରୁ ୯୦ ହଜାର ଟଙ୍କା ସଞ୍ଚୟକରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି।

ତେବେ ଏହା ପ୍ରଥମଥର ନୁହେଁ, ପୂର୍ବରୁ ମଧ୍ୟ ପୁଲ୍‌ପାଣ୍ଡିଆନ୍ ଏଭଳି ମହତ କାର୍ଯ୍ୟରେ ଜଡ଼ିତ ରହିଛନ୍ତି। ଏହାପୂର୍ବରୁ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ୧୦ ହଜାର ଟଙ୍କା ଦାନ କରିଥିଲେ। ତାଙ୍କର ଏଭଳି କାର୍ଯ୍ୟପାଇଁ ସେ ସୋସିଆଲ ମିଡିଆରେ ଏବେ ସାମାଜିକ କର୍ମୀର ଆଖ୍ୟା ମଧ୍ୟ ଅର୍ଜନ କରିଛନ୍ତି। ଏପରିକି ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ମଧ୍ୟ ତାଙ୍କୁ ସାମାଜିକ କର୍ମୀର ଆଖ୍ୟା ଦିଆଯାଇଛି।

Comment