ଓଡିଶାଲାଇଭ୍ ବ୍ୟୁରୋsushant-Rhea

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ବିତିଗଲାଣି। କିନ୍ତୁ ଏହି ମାମଲାର ତଦନ୍ତ କିଏ କରିବ ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନାହିଁ। ଯାହାଫଳରେ ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ। ତେବେ ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ। ଏହି ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ ପାଇବା ପରେ ମାମଲାର ତଦନ୍ତ ମୁମ୍ଵାଇ ପୋଲିସ୍ କିମ୍ବା ସିବିଆଇ କରିବ ତାହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ଆଜି ପୂର୍ବାହ୍ନ ୧୧ଟାରେ ସୁପ୍ରିମକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ରାୟ ଶୁଣାଇବେ। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ କରି ସୁଶାନ୍ତଙ୍କ ପିତା କେ କେ ସିଂ ରିୟାଙ୍କ ବିରୋଧରେ ପାଟନାର ରାଜୀବ ନଗର ଥାନାରେ କେସ୍ କରିଥିଲେ। ତେବେ ବିହାରରେ ତାଙ୍କ ବିରୋଧରେ କରାଯାଇଥିବା କେସ୍‌କୁ ମୁମ୍ବାଇ ସ୍ଥାନାନ୍ତର କରିବା ପାଇଁ ରିୟା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ଆବେଦନ ଉପରେ ଶୁଣାଣି ହେବ।BGUଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କ’ଣ ରାୟ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି। ଅନ୍ୟପଟେ ସୁଶାନ୍ତଙ୍କ ଭଉଣୀ ଶ୍ଵେତା ସିଂ କିର୍ତ୍ତୀ ଏବଂ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ବୋଲି ଟୁଇଟ୍ କରିଛନ୍ତି।

ବର୍ତ୍ତମାନ ସିବିଆଇ ସୁପ୍ରିମକୋର୍ଟଙ୍କ ରାୟ ଅପେକ୍ଷାରେ ଅଛି। ରାୟ ପ୍ରକାଶ ପାଇବା ପରେ ସିବିଆଇ ମୁମ୍ବାଇ ଯିବ ବୋଲି ସୂଚନା ମିଳିଛି।

Comment