ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ କୁନା ପାତ୍ର): ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗରେ ନୂତନ ଯୋଗାଣ ଅଧିକାରୀ ଭାବେ ସଞ୍ଜୀବ କୁମାର ସାହୁ ଯୋଗ ଦେଇଛନ୍ତି। ପୂର୍ବରୁ ସଞ୍ଜୀବ କୁମାର ସାହୁ ଢେଙ୍କାନାଳ ଜିଲ୍ଲାରେ ଅତିରିକ୍ତ ଯୋଗାଣ ଅଧିକାରୀ ରୂପେ କାର୍ଯ୍ୟରତ ଥିଲେ।BGU

ଜିଲ୍ଲାରେ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ବେବର୍ତ୍ତା ଅବସର ଗ୍ରହଣ କରିବା ପରେ  ଦୁର୍ଗା ମାଝୀ ଅତିରିକ୍ତ ଜିଲ୍ଲା  ଯୋଗାଣ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସଞ୍ଜୀବ କୁମାର ସାହୁ ଦୁର୍ଗା ମାଝୀଙ୍କଠାରୁ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି।

ଏହି ଅବସରରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଲକ୍ଷ୍ମଣ ରାଓ, ନବରଙ୍ଗପୁର ଯୋଗାଣ ନିରୀକ୍ଷକ ପୁନମ ଶିଉଲି, ବୁବୁ ତ୍ରିପାଠୀ, ସମୀର ପାତ୍ର, ରାଜେଶ ଜେନା, ଜୟ କୃଷ୍ଣ ବେହେରା, ସାଗର ଚୌଧୁରୀ, ଚିନ୍ନା ରାଓ, ପି ରାମା ପ୍ରମୁଖ ଉପସ୍ଥିତ ରହି ନୂତନ ଜିଲ୍ଲା ଯୋଗାଣ ଅଧିକାରୀ ସଂଜୀବ କୁମାର ସାହୁଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ।

Comment