ଓଡିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ୩୦ ଜିଲ୍ଲାର ୩୧୪ ବ୍ଲକ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିବା ସତ୍ୟବ୍ରତ ଦାସ ଗତକାଲି ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକ କ୍ଷେତ୍ର ପରିଦର୍ଶନ ପାଇଁ ଯାଇଥିବାରୁ ସତ୍ୟବ୍ରତ ବିଏସ୍‌ଏସ୍‌ଓ ବଳରାମ ସୁନାଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଗତ ମଙ୍ଗଳବାର ସେ ନବରଙ୍ଗପୁର ବ୍ଲକରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ। ସତ୍ୟବ୍ରତ ୨୦୧୯ ମସିହା ଜୁଲାଇ ୧୦ ତାରିଖରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଥିଲେ। ତେବେ ଗତ ୨୨୮ ଦିନ ମଧ୍ୟରେ ସେ ସାତ ହଜାର କିଲୋମିଟର ପଦଯାତ୍ରା କରିବା ସହ ୨୨୮ଟି  ବ୍ଲକକୁ ଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇ ସାରିଲେଣି।BGUସତ୍ୟବ୍ରତ ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଗୋଟିଏ ଦିନ ରହଣି ପରେ ଡାବୁଗାଁ ବ୍ଲକ ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଏହାପରେ କଳାହାଣ୍ଡି ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାକୁ ପଦଯାତ୍ରା କରି ୩୧୪ ବ୍ଲକରେ ପହଞ୍ଚି ଦାବିପତ୍ର ପ୍ରଦାନ କରିବେ ବୋଲି ସେ କହିଛନ୍ତି।

Comment