ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଟିଡିଏ ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ବାରିପଦା ବିଧାୟକ ପ୍ରକାଶ ସୋରେନ୍। ବାରିପଦା ପୋଲିସ୍ ବିଧାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଇଟିଡିଏ ଅଫିସର ଗଣପତି ଜେନାଙ୍କ କହିବା ମୁତାବକ, ଗୁରୁବାର ସକାଳେ ବିଧାୟକ ପ୍ରକାଶ ସୋରେନ୍ ତାଙ୍କୁ ଫୋନ୍ କରି ଡାକିଥିଲେ। ହେଲେ ସେ ଫିଲଡ କାମରେ ଥିବାରୁ ଦିନବେଳା ବିଧାୟକଙ୍କୁ ଦେଖା କରିପାରିନଥିଲେ। ଏହାପରେ ସେ ତାଙ୍କୁ ସନ୍ଧ୍ୟାବେଳେ ଦେଖା କରିବାକୁ ବାରିପଦା ସର୍କିଟ ହାଉସକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ବିଧାୟକ ଓ ତାଙ୍କର ସମର୍ଥକମାନେ ଆକ୍ରମଣ କରିଥିଲେ। ତାଙ୍କୁ ମାଡ଼ ମାରିଥିବା ମଧ୍ୟ ଗଣପତି ଅଭିଯୋଗ କରିଥିଲେ।BGUସେଦିନ ରାତି ପ୍ରାୟ ସାଢ଼େ ୮ଟା ବେଳକୁ ଗଣପତି ଆହତ ହୋଇ ଘରକୁ ଫେରିଥିଲେ। ହେଲେ ଏହାର କିଛି ସମୟ ପରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ସର୍କିଟ ହାଉସରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବର୍ତ୍ତମାନ ବିଧାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comment