ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବଢିବାରେ ଲାଗୁଛି। ଏହି ବଢୁଥିବା ଇନ୍ଧନ ଦର ପାଇଁ ବାଇକ୍ ଚଲାଇବା ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏଥିପାଇଁ ଇଲେକ୍ଟ୍ରିକ୍ ବାଇକ୍ ଏବଂ ସ୍କୁଟିର ଚାହିଦା ବଢିବାରେ ଲାଗିଛି।

ଏହାରି ଭିତରେ ବଜାରକୁ ଆସିଛି ଏକ ଏପରି ଇଲେକ୍ଟ୍ରିକ୍ ବାଇକ୍, ଯାହାର ଫିଚର୍ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମାତ୍ର ୭ରୁ ୮ ଟଙ୍କା ଖର୍ଚ୍ଚରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ ଏହି ବାଇକ୍। ବିଶ୍ଵାସ ହେଉନଥିଲେ ବି ଏହା ସତ। ଏହି ବାଇକ୍‌ର ନାଁ ହେଉଛି ‘ଆଟମ୍ ୧.୦’। ହାଇଦ୍ରାବାଦ୍‌ର ଏକ ଇଲେକ୍ଟ୍ରିକ୍ ଭେଇକିଲ୍ କମ୍ପାନି ‘ଅଟୋମୋବାଇଲ୍ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଏହାକୁ ତିଆରି କରାଯାଇଛି। ମାତ୍ର ୭ରୁ ୮ ଟଙ୍କା ଖର୍ଚ୍ଚରେ ଏହି ବାଇକ୍‌ଟି ୧୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରିପାରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।ଆଟମ୍ ୧.୦ ବାଇକ୍‌ରେ ପୋର୍ଟେବଲ୍ ଲିଥିୟମ-ଆୟନ୍ ବ୍ୟାଟେରି ବ୍ୟବହାର କରାଯାଇଛି। ଏହି ବ୍ୟାଟେରିଟି ଫୁଲ୍ ଚାର୍ଜ ହେବାକୁ ୪ ଘଣ୍ଟା ସମୟ ନେଇଥାଏ। ଏଥିସହିତ ଥରେ ଫୁଲ୍ ଚାର୍ଜ ହେଲେ ଏହା ୧୦୦ କିଲୋମିଟର ରାସ୍ତା ଚାଲିପାରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସବୁଠାରୁ ସୁବିଧାର କଥା ହେଲା ଏହାକୁ ନର୍ମାଲ ଥି-ପିନ୍ ସର୍କିଟ ଜରିଆରେ ଚାର୍ଜ କରିହେବ। ଏଥିସହିତ ଏହାର ବ୍ୟାଟେରି ଫୁଲ୍ ଚାର୍ଜ ହେବାରେ ପ୍ରାୟ ଏକ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ ହୋଇଥାଏ। ଗୋଟେ ୟୁନିଟ୍‌ ବାବଦକୁ ୭ରୁ ୮ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଣୁ ଆଟମ୍ ୧.୦ ବାଇକ୍‌ଟି ମାତ୍ର ଅଳ୍ପ ଦାମ୍‌ରେ ୧୦୦ କିଲୋମିଟର ଚାଲିପାରିବ।BGUଆଟମ୍-୧.୦ ବାଇକ୍‌ଟି ଇଣ୍ଟରନ୍ୟାସନାଲ୍ ସେଣ୍ଟର ଫର୍ ଅଟୋମୋଟିଭ୍ ଟେକ୍ନୋଲୋଜି(ଆଇସିଏଟି) ଦ୍ଵାରା ମାନ୍ୟତାପ୍ରାପ୍ତ ଲୋ-ସ୍ପିଡ୍ ଇଲେକ୍ଟ୍ରିକ୍ ବାଇକ୍ ଅଟେ। ଏହି ବାଇକ୍‌ର ବଜାର ମୂଲ୍ୟ ରଖାଯାଇଛି ୫୦ ହଜାର ଟଙ୍କା।

Comment