ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ୟା ପ୍ରଭାବିତ ପାଇଁ ମୁଖ୍ୟମନ୍ତ୍ରୀ  ୩ ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି।

କୃଷି କ୍ଷେତ୍ର ପାଇଁ

  • ଯେଉଁ ଚାଷୀମାନଙ୍କର ୩୩ ପ୍ରତିଶତରୁ ଅଧିକ ଫସଲ ହାନି ହୋଇଛି ସେମାନଙ୍କୁ ହେକ୍ଟର ପିଛା ୬୮୦୦ ଟଙ୍କା ଯୋଗାଇ ଦିଆଯିବ।
  • ନିଶ୍ଚିତ ଜଳସେଚନର ସୁବିଧା ଥିବା ଚାଷୀମାନଙ୍କୁ ହେକ୍ଟର ପିଛା ୧୩ ହଜାର ୫ ଶହ ଟଙ୍କା ବନ୍ୟା ସହାୟତା ପ୍ରଦାନ କରାଯିବ।
  • ସମସ୍ତ ପ୍ରକାର ଫସଲ ସୁବିଧା ଥିବା ଚାଷୀମାନଙ୍କୁ ହେକ୍ଟର ପିଛା ୧୮ ହଜାର ଟଙ୍କା ଯୋଗାଇଦିଆଯିବ।
  • ବାରମାସୀ ଫସଲ ପାଇଁ ସର୍ବନିମ୍ନ ୨ ହଜାର, ଅନ୍ୟ ଚାଷ ପାଇଁ ୧ ହଜାର ଟଙ୍କା ମିଳିବ।
  • ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ବିହନ ମିନି କିଟ୍ ମିଳିବ।
  • ୫୦ ପ୍ରତିଶତ ସବ୍‌ସିଡିରେ ୨ ହଜାର ପମ୍ପସେଟ୍ ଯୋଗାଇ ଦିଆଯିବ।
  • କ୍ଷତିଗ୍ରସ୍ତ ଜିଲ୍ଲାକୁ ୧୦ କୋଟିର ଫାର୍ମ ମେକାନାଇଜେସନ ସବସିଡି ଯୋଗାଇ ଦିଆଯିବ।
  • ଏକ ଲକ୍ଷ ଚାଷୀଙ୍କୁ ୧୩୦ ଟଙ୍କାରେ ପରିବା ମଞ୍ଜି ମିଳିବ।
  • ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ୫୦୦୦ ପାୱାର ସ୍ପ୍ରେୟର୍ ଉପଲବ୍ଧ ହେବ।

ଫାର୍ମ କ୍ରେଡିଟ୍

  • ବନ୍ୟା ପ୍ରଭାବିତ ଅଞ୍ଚଳରେ ଖରିଫ୍ କୃଷିଋଣ ପୈଠ କରିବାର ସମୟକୁ ସର୍ବାଧିକ ୩୦ ସେପ୍ଟେମ୍ଵର ୨୦୨୨ ପର୍ଯ୍ୟନ୍ତ ବଢ଼ାଇ ଦିଆଯିବ।
  • ବନ୍ୟା ପ୍ରଭାବିତ କୃଷକମାନଙ୍କୁ ଅକ୍ଟୋବର ୧ ତାରିଖରୁ ରବି ଚାଷ ପାଇଁ ଅର୍ଥ ପ୍ରଦାନ କରାଯିବ।

ମତ୍ସ୍ୟଚାଷ ପାଇଁ

  • ମତ୍ସ୍ୟଚାଷ ପାଇଁ ହେକ୍ଟର ପିଛା ୧୨,୨୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।
  • କ୍ଷତିଗ୍ରସ୍ତ ମାଛ ବିହନ ଚାଷର ଡି-ସିଲିଂ / ପୁନରୁଦ୍ଧାର / ମରାମତି ପାଇଁ ହେକ୍ଟର ପିଛା ଇନପୁଟ୍ ସବସିଡି ଆଧାରରେ ୮,୨୦୦ ଟଙ୍କା ପ୍ରଦାନ କରାଯିବ।

ପଶୁ ସମ୍ପଦ ବିକାଶ କ୍ଷେତ୍ର

  • ଦୁହାଁଳିଆ ଗାଈ ଓ ମଇଁଷି ପ୍ରାଣ ହରାଇଲେ ୩୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ।
  • ସର୍ବାଧିକ ୩ଟି ବଳଦ ପିଛା ୨୫ ହଜାର ଟଙ୍କା ଯୋଗାଇ ଦିଆଯିବ।
  • ସର୍ବାଧିକ ୬ଟି ବାଛୁରୀ ପିଛା ୧୬ ହଜାର ଟଙ୍କା ଯୋଗାଇ ଦିଆଯିବ।
  • ସର୍ବାଧିକ ୩୦ଟି ଛେଳି ପ୍ରତି ୩ ହଜାର ଟଙ୍କା ଯୋଗାଇ ଦିଆଯିବ।
  • ସର୍ବାଧିକ ୫୦ଟି କୁକୁଡ଼ା ପିଛା ୫ ହଜାର ଟଙ୍କା ପ୍ରଦାନ କରାଯିବ।

ହସ୍ତତନ୍ତ ଓ ବୟନଶିଳ୍ପ

  • ହସ୍ତତନ୍ତ ଓ ବୟନଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବୁଣାକାରଙ୍କୁ ଉପକରଣ ବା ଯନ୍ତ୍ରାଂଶ ନିମନ୍ତେ ୪୧୦୦ ଟଙ୍କାର ସହାୟତା ଯୋଗାଇ ଦିଆଯିବ।
  • ବୁଣାକାରମାନଙ୍କୁ କଞ୍ଚାମାଲ୍ ପାଇଁ ୪୧୦୦ ଟଙ୍କାର ସହାୟତା ଯୋଗାଇଦିଆଯିବ।

ରୋଜଗାର ସୃଷ୍ଟି

ବନ୍ୟାଜଳ କମିଯିବା ପରେ ମନରେଗା ଅଧୀନରେ ଥିବା କାର୍ଯ୍ୟକୁ ବ୍ୟାପକ ଭାବରେ ବୃଦ୍ଧି କରାଯିବ। ଏଥିରେ ଗ୍ରାମ ପଞ୍ଚାୟତ ରାସ୍ତା ମରାମତି ଓ ରକ୍ଷଣା ବେକ୍ଷଣ, ଖେଳପଡ଼ିଆ, କେନାଲ, ମାଟି ବନ୍ଧ, ଗୁହାଳ ଆଦି ନିର୍ମାଣ ଉପରେ ଫୋକସ୍ ଦିଆଯିବ।

Comment