ଓଡ଼ିଶାଲାଇଭ୍ ବ୍ୟୁରୋ

ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ରାଜ୍ୟସଭା। ଗୃହର ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ରାଜ୍ୟସଭାର ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି।

ମୌସୁମୀ ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବାକୁ ପୂର୍ବରୁ ସ୍ଥିର ହୋଇଥିଲା। ହେଲେ ସାଂସଦମାନେ କରୋନାରେ ସଂକ୍ରମିତ ହେଉଥିବା ଦେଖି ରାଜ୍ୟସଭାକୁ ଆଗୁଆ ସ୍ଥଗିତ ରଖାଯାଇଛି।

ରାଜ୍ୟସଭାର ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ଆଜି ଶେଷ ଦିନରେ ମଧ୍ୟ ତିନୋଟି ପ୍ରମୁଖ ଶ୍ରମ ସଂସ୍କାର ବିଲ ରାଜ୍ୟସଭାର ଅନୁମୋଦନ ଲାଭ କରିଛି। ରାଷ୍ଟ୍ରପତିଙ୍କ ମୋହର ଲାଗିବା ପରେ ଏହା ଆଇନରେ ପରିଣତ ହେବ।

ଗୃହ ସ୍ଥଗିତ ହେବା ପୂର୍ବରୁ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଛନ୍ତି ଯେ, ଗୃହରେ ମୋଟ ୯୬  ପ୍ରତିଶତ କାମ ହୋଇଛି। ଶନିବାର ଓ ରବିବାର ମଧ୍ୟ ଗୃହ କାର୍ଯ୍ୟ ଚାଲିଥିଲା। ଯାହାକି ଏକ ଐତିହାସିକ ସଫଳତା।

Comment