ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଏଣିକି ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା ଯାଞ୍ଚ୍ କରାଯିବ। ଏଥିସହ ପ୍ରତି ୧୫ ଦିନରେ ଥରେ ଏମର୍ଜେନ୍ସି ଡ୍ରିଲ୍ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

କୌଣସି ଅଘଟଣ ଘଟିଲେ କିପରି ଉପସ୍ଥିତ ସମ୍ବଳରେ ତାହାର ମୁକାବିଲା କରାଯାଇପାରିବ ସେ ନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି। ଏଥିସହ କୋଭିଡ୍ ହସ୍ପିଟାଲରେ ଜଣଙ୍କୁ ଏମର୍ଜେନ୍ସି ରେସପନ୍ସ ଅଫିସର ଭାବେ ଦାୟିତ୍ଵ ଦେବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ସମସ୍ତ କୋଭିଡ୍ ହସ୍ପିଟାଲ ପାଇଁ ଅଗ୍ନିଶମ ବିଭାଗ ଚେକ୍ ଲିଷ୍ଟ ଜାରି କରିଥିବା ସୂଚନା ମିଳିଛି।

Comment