ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମାଓ ନୀତିକୁ ଦମନ କରିବା ପାଇଁ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବ। ମାଓ ପ୍ରବଣ ଜିଲ୍ଲାମାନଙ୍କରେ ସିଆର୍‌ପିଏଫ୍ ଜବାନଙ୍କୁ ମୁତୟନ କରାଯିବ। ଏ ବାବଦରେ କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଶନିବାର କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ବିଜୟ କୁମାର ଓଡ଼ିଶାରେ ମାଓ ସ୍ଥିତି ଦମନ ନେଇ ଆଲୋଚନା କରି ଏହା ପ୍ରତିଶ୍ରୁତି ଦେଇଛନ୍ତି।ରାଜ୍ୟର ମାଓ ପ୍ରବଣ କଳାହାଣ୍ଡି, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ସିଆର୍‌ପିଏଫ୍ ଜବାନ ମୁତୟନ କରାଯିବ। ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ପୋଲିସ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ମାଓ ଦମନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ଏ ବାବଦରେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ।

ଶନିବାର ରାଜ୍ୟର ମାଓପ୍ରବଣ ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତି ଏବଂ ଏହାର ଦମନକୁ ନେଇ ଆଲୋଚନା ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ବିଜୟ କୁମାର ଏହି ବୈଠକରେ ଯୋଗଦେଇ ଓଡ଼ିଶାରେ ମାଓ କାର୍ଯ୍ୟକଳାପ ଦମନ ନେଇ ରଣନୀତି ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଡିଜିପି ଅଭୟ, ସିଆର୍‌ପିଏଫ୍ ଡିଜି, ବିଏସ୍‌ଏଫ୍ ଅଧିକାରୀ ଉପସ୍ଥିତ ଥିଲେ।

Comment