ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ପୌରାଞ୍ଚଳ ଓ କଣ୍ଟାବାଞ୍ଜି ଏନ୍‌ଏସିରେ ଜାରି ହୋଇଛି ଜରୁରୀ ସେବା ରକ୍ଷଣାବେକ୍ଷଣ ନିୟମ(ESMA)। ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସହରର ପରିମଳ ଓ ଜଳ ଯୋଗାଣ କର୍ମଚାରୀଙ୍କ ପାଇଁ ୬ ମାସ ଯାଏଁ ଏସ୍‌ମା ଲାଗୁ ହୋଇଛି। ଏହି କର୍ମଚାରୀମାନେ ଆଗାମୀ ୬ ମାସ ପର୍ଯ୍ୟନ୍ତ କୌଣସି ଆନ୍ଦୋଳନ କରିପାରିବେ ନାହିଁ ବୋଲି କୁହାଯାଇଛି।ସେହିପରି ଟିଟିଲାଗଡ଼ ପୌରାଞ୍ଚଳ ଓ କଣ୍ଟାବାଞ୍ଜି ଏନ୍‌ଏସିରେ ଆନ୍ଦୋଳନ କରିବାକୁ ବେଆଇନ୍ ଘୋଷଣା କରାଯାଇଛି।

Comment