ଓଡ଼ିଶାଲାଇଭ୍ ବ୍ୟୁରୋ

ତାମିଲନାଡୁର ଲୋକପ୍ରିୟ ଅଭନେତ୍ରୀ ତଥା ନେତ୍ରୀ ଖୁସବୁ ସୁନ୍ଦର ଆଜି କଂଗ୍ରେସର ହାତ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବା ସହିତ ଦଳରେ ସାମିଲ ହୋଇଛନ୍ତି।

ଖୁସବୁ ସୁନ୍ଦର ଆଜି ସକାଳୁ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଚିଠି ଲେଖି ନିଜର ଇସ୍ତଫା ପତ୍ର ଦେଇଥିଲେ। ଏହାପରେ ଦଳ ମଧ୍ୟ ତାଙ୍କୁ ଜାତୀୟ ମୁଖପାତ୍ରରୁ ହଟାଇଦେଇଥିଲା। ଏହି ଘଟଣାର କିଛି ସମୟ ପରେ ଖୁସବୁ ବିଜେପିରେ ସାମିଲ ହୋଇଛନ୍ତି।ତାମିଲନାଡୁର ଏହି ଲୋକପ୍ରିୟ ଅଭିନେତ୍ରୀ ୨୦୧୦ ମସିହାରେ ରାଜନୀତିରେ ପାଦ ରଖିଥିଲେ। ସେତେବେଳ ସେ ତାମିଲନାଡୁରେ ଶାସନରେ ଥିବା ଡିଏମକେ ସହ ଯୋଡ଼ି ହୋଇଥିଲେ। ଏହାର ଚାରିବର୍ଷ ପରେ ସେ ଡିଏମକେ ଛାଡ଼ିବା ସହ କଂଗ୍ରେସର ହାତ ଧରିଥିଲେ। ଏହାର କିଛି ବର୍ଷ ପରେ ସେ ପୁଣି ନିଜର ଦଳ ବଦଳାଇ ବିଜେପିରେ ସାମିଲ ହୋଇଛନ୍ତି।

 

Comment