ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ମିଡିଆ ୟୁନିୟନ ତରଫରୁ ଜିଲ୍ଲାବାସୀଙ୍କ ନାନା ସମସ୍ୟାର ସମାଧାନ ଦାବିରେ ହୋଇଥିବା ଧାରଣା ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରହିତ ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ସାମ୍ବାଦିକଙ୍କ ସହ ଆଲୋଚନା କରି ଦାବି ପୂରଣ କରିବାକୁ କିଛି ଦିନ ସମୟ ମାଗି ଧାରଣାକୁ ପ୍ରତ୍ୟାହର କରିବାକୁ ନିବେଦନ କରିଥିଲେ। କିନ୍ତୁ ସାମ୍ବାଦିକ ସଂଘ ତାଙ୍କ ଜିଦ୍‌ରେ ଅଟଳ ରହି ଦାବି ପୂରଣ ନ ହେଲେ ଧାରଣାରୁ ଉଠିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ।

ଆଜି ଦ୍ଵିତୀୟ ଦିନ ଧାରଣାରେ ସାମ୍ଵାଦିକ ୟୁନିଅନ୍‌ ସହିତ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଯୋଡ଼ି ହୋଇଥିବା ବେଳେ ୟୁନିଅନ୍‌ ଦ୍ଵାରା ପ୍ରଶାସନକୁ କରାଯାଇଥିବା ୪ ଦଫା ଦାବିକୁ ଯଥାଶୀଘ୍ର ପୂରଣ କରିବାକୁ ଦାବି କରାଯାଇଛି। ତେବେ ଯେତେଦିନ ପର୍ଯ୍ୟନ୍ତ ଏହି ଦାବି ପୂରଣ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ରହିବ ବୋଲି ଧାରଣାରେ ସାମିଲ ହୋଇଥିବା କର୍ମୀମାନେ କହିଛନ୍ତି।

ଆଜି ଦ୍ୱିତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ଅଦିତ୍ୟବହିନୀ, ନବରଙ୍ଗପୁରିୟା ଗ୍ରୁପ, ବଣିକ ସଂଘ, ପବ୍ଲିକ ରାଇଟ ଆସୋସିଏସନ, ଆଦିବାସୀ ଜନଜାତି ସୁରକ୍ଷା ମଞ୍ଚର ସଭାପତି ଗୋପୀନାଥ ମାଝି, ଅଖିଳ ବିଶ୍ୱ ବ୍ରାହ୍ମଣ ହିନ୍ଦୁ ଶକ୍ତି ମୋର୍ଚ୍ଚା, ମା ଭଣ୍ଡାର ଘରଣୀ ସେବାୟତ ମୁଖ୍ୟ, ପରିବର୍ତ୍ତିନ ଫାଉଣ୍ଡେସନ, ନବରଙ୍ଗପୁର ଜିଲ୍ଲା ବିକାଶ ପରିଷଦ, ଏଓପିଟିଏଫର ସମ୍ପାଦକ, ହିନ୍ଦୁ ମହାସଂଘ, ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ କମିଟି କର୍ମକର୍ତ୍ତା ପ୍ରମୁଖ ଧାରଣା ସ୍ଥଳରେ ପହଞ୍ଚି ସମର୍ଥକ ଜଣାଇଛନ୍ତି। ଏହି ଧାରଣାରେ ଜିଲ୍ଲା ମିଡିଆ ୟୁନିଅନ ସଭାପତି ସୁଶାନ୍ତ ବେହେରାଙ୍କ ସମେତ ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକର ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ ।

Comment