ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍‌) ହସ୍ପିଟାଲର ରେନାଲ୍ ପାଥୋଲୋଜି ବିଭାଗର ଅତ୍ୟାଧୁନିକ ଇମ୍ୟୁନୋଫ୍ଲୋରେନସ୍ ମାଇକ୍ରୋସ୍କୋପ ଯନ୍ତ୍ର ଉଦ୍‌ଘାଟିତ ହୋଇଛି। କିଡ୍‌ନୀଜନିତ ସମସ୍ୟାର ଚିକିତ୍ସା କ୍ଷେତ୍ରରେ ଏହି ଯନ୍ତ୍ର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ବାୟୋପ୍‌ସି ମାଧ୍ୟମରେ କିଡ୍‌ନୀରୁ ସଂଗୃହୀତ ମାଂସକୁ ଅନୁଧ୍ୟାନ କରି ଏହି ଇମ୍ୟୁନୋଫ୍ଲୋରେନସ୍ ମାଇକ୍ରୋସ୍କୋପ ରୋଗର ସଠିକ୍ ସ୍ଥିତି ନିରୂପଣ କରିଥାଏ। ଏହା ଦ୍ଵାରା ଡାକ୍ତର ଖୁବ୍‌ଶୀଘ୍ର ଚିକିତ୍ସା ପ୍ରଦାନ କରିପାରିଥାନ୍ତି। ରୋଗୀ ମଧ୍ୟ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପୂର୍ବ ଭାରତର ଆଗଧାଡ଼ିର ଏକ ସଫଳ ହସ୍ପିଟାଲ୍ ଭାବେ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଛି। ସମ୍‌ରେ ସ୍ୱଳ୍ପ ମୂଲ୍ୟରେ ଓ ଅଳ୍ପ ସମୟ ମଧ୍ୟରେ ସଫଳ ଚିକିତ୍ସା ପ୍ରଦାନ କରାଯାଇଥାଏ। ଏବେ ଏହି ଯନ୍ତ୍ର ସାହାଯ୍ୟରେ ସହଜରେ କିଡ୍‌ନୀ ରୋଗୀଙ୍କର ଚିକିତ୍ସା ହୋଇପାରିବ।ଏହି ଉଦ୍‌ଘାଟନୀ ଉତ୍ସବରେ ସୋଆର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍‌ ପ୍ରଫେସର ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲ୍‌ର ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ତାପସ ରଞ୍ଜନ ବେହେରା, ଡାକ୍ତର ବିଶ୍ୱରଞ୍ଜନ ସାହୁ, ପାଥୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଦେବହୁତୀ ମହାପାତ୍ର, ହେମାଟୋଲୋଜି ବିଭାଗର ଡାକ୍ତର ରାଜେଶ ଭୋଳ, କିଡ୍‌ନୀ ନିଦାନ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଡାକ୍ତର ନିବେଦିତା ସାହୁ ଓ ଡାକ୍ତର ପ୍ରିୟଦର୍ଶିନୀ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment