ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରସାଦ ଉପରୁ ହଟିଲା କଟକଣା। ଏଣିକି ଭକ୍ତ ପାଇପାରିବେ ଅବଢ଼ା। ଜିଲ୍ଲା ଏବଂ ରାଜ୍ୟ ବାହାର ପାଇଁ ବରାଦି ଅବଢ଼ାର ମଧ୍ୟ ଅର୍ଡର ଦିଆଯାଇ ପାରିବ। ମଙ୍ଗଳବାର ସୁଆର ମହାସୁଆର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଏ ବାବଦରେ ସୂଚନା ଦେଇଛନ୍ତି।

ପୁରୀ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି ଉପରେ ଲାଗିଥିବା କଟକଣା ହଟିଛି। ଏଣିକି ପୁରୀ ଜିଲ୍ଲାବାସୀଙ୍କ ସହ ଅନ୍ୟ ଜିଲ୍ଲାର ଭକ୍ତମାନେ ମହାପ୍ରସାଦ ପାଇପାରିବେ। ବାହାର ଜିଲ୍ଲା ତଥା ବାହାର ରାଜ୍ୟର ଭକ୍ତମାନେ ମହାପ୍ରସାଦର ବରାଦି ଅର୍ଡର ମଧ୍ୟ ଦେଇପାରିବେ।

ଆସନ୍ତା କାର୍ତ୍ତିକ ମାସରୁ ଶ୍ରୀମନ୍ଦିରର ଉତ୍ତର ଏବଂ ଦକ୍ଷିଣ ଦ୍ଵାର ପଟେ ମହାପ୍ରସାଦ ବିକ୍ରି ପାଇଁ ନିଷ୍ପତ୍ତି ହୋଇଛି।

କରୋନା ପାଇଁ ଦୀର୍ଘ ୭ମାସ ହେଲା ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି। ଖାଲି ମହାପ୍ରଭୁଙ୍କ ନିତି ପାଇଁ ଅବଢ଼ା ପ୍ରସ୍ତୁତ ହେଉଛି। କିଛିଦିନ ପୂର୍ବେ କେବଳ ପୁରୀବାସୀଙ୍କ ପାଇଁ ଅବଢ଼ା ଉବଲବ୍ଧ କରାଇବା ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଉଥିବାରୁ ଏବେ ଅନ୍ୟ ଜିଲ୍ଲା ତଥା ରାଜ୍ୟର ଭକ୍ତଙ୍କ ପାଇଁ ମହାପ୍ରସାଦ ବିକ୍ରି ଉପରୁ କଟକଣା ହଟାଇ ଦିଆଯାଇଛି।

Comment