ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ୍ ୧୫, ୨୪୪ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି। ସେଥିମଧ୍ୟରୁ ‘ଏ-୨’ରେ ୧୦, ‘ବି-୧’ରେ ୧୯୫, ‘ବି-୨’ରେ ୯୩୦, ‘ସି’ରେ ୧୯୦୨, ‘ଡି’ରେ ୩୧୪୦, ‘ଇ’ରେ ୯୦୬୭ ଏବଂ ‘ଏଫ୍‌’ରେ ୬୨୧୮ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ଏଥର ମୋଟ୍ ୨୧, ୪୮୭ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିବା ବେଳେ କୌଣସି ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ରେ ପାସ୍ କରିନାହାନ୍ତି।

ସେପ୍ଟେମ୍ବର ୧୪ରୁ ୨୨ ଯାଏଁ ୯ ଦିନ ଧରି ରାଜ୍ୟର ମୋଟ୍ ୧୫୩ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

Comment