ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ। ରାଜ୍ୟର ୮ ଜିଲ୍ଲାରୁ ସଂପୂର୍ଣ୍ଣ ଏବଂ ଅନ୍ୟ ୮ଟି ଜିଲ୍ଲାରୁ ଆଂଶିକ ଭାବେ ମୌସୁମୀ ବିଦାୟ ନେଇସାରିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିସହିତ ପାଣିପାଗ ପକ୍ଷରୁ କୁହାଯାଇଛି ଯେ, ଅକ୍ଟୋବର ୨୮ ସୁଦ୍ଧା ସାରାଦେଶରେ ମୌସୁମୀ ବିଦାୟ ଦେବ। ଏହାପରେ ରାଜ୍ୟରେ କିଛି ଦିନ ଧରି ପାଗ ଶୁଖିଲା ରହିବ।ବର୍ତ୍ତମାନ ପାଇଁ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇସାରିଛି। ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି , ନବରଙ୍ଗପୁର ଓ କୋରାପୁଟର ଆଂଶିକ ଭାବେ ମୌସୁମୀ ବିଦାୟ ନେଇଛି।

Comment