ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜି ଆଉ ୧୫୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୮୬ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିଲା ବେଳେ ୬୫୪ ଲୋକାଲ କେସ୍ ରହିଛି।

ଖୋର୍ଦ୍ଧାରୁ ସର୍ବାଧିକ ୨୮୦, ସୁନ୍ଦରଗଡ଼ରୁ ୧୧୧, ଅନୁଗୁଳରୁ ୧୦୦, କଟକରୁ ୯୯, ବାଲେଶ୍ୱରରୁ ୯୨, ମୟୂରଭଞ୍ଜରୁ ୯୧, ଜଗତସିଂପୁରରୁ ୭୮,  ବଲାଙ୍ଗିରରୁ ୬୭, କେନ୍ଦ୍ରାପଡ଼ାରୁ ୬୨, ନୂଆପଡ଼ାରୁ ୫୧, ପୁରୀରୁ ୪୯, କଳାହାଣ୍ଡିରୁ ୪୭, ନବରଙ୍ଗପୁରରୁ ୪୩, ଝାରସୁଗୁଡ଼ାରୁ ୪୨, ମାଲାକାନଗିରିରୁ ୪୨, ବରଗଡ଼ରୁ ୪୧, କେନ୍ଦୁଝରରୁ ୩୮, ଷ୍ଟେଟପୁଲରୁ ୩୬, ନୟାଗଡ଼ରୁ ୩୩, ସମ୍ବଲପୁରରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ସୁବର୍ଣ୍ଣପୁର ଓ ଗଞ୍ଜାମରୁ ୨୯ ଜଣ ଲେଖାଏଁ, କୋରାପୁଟରୁ ୨୬, ଢେଙ୍କାନାଳରୁ ୨୪, ଯାଜପୁରରୁ ୨୨, କନ୍ଧମାଳରୁ ୧୪, ରାୟଗଡ଼ାରୁ ୧୦, ଭଦ୍ରକରୁ ୯, ଦେବଗଡ଼ରୁ ୭, ଗଜପତିରୁ ୫, ବୌଦ୍ଧରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୬୮ ହଜାର ୧୧୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ୧୬ ହଜାର ୩୦ ଆକ୍ଟିଭ୍‌ କେସ୍‌ ରହିଛି।

Comment