ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରୁ ବିଦାୟ ନେଲା ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ସମଗ୍ର ଓଡ଼ିଶାରୁ ବିଦାୟ ନେଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶା ସମେତ ମୌସୁମୀ ବାୟୁ ଭାରତରୁ ମଧ୍ୟ ବିଦାୟ ନେଇଛି। ଯାହା ଫଳରେ ଅଧିକାଂଶ ସ୍ଥାନରେ ବୃଷ୍ଟିପାତ କମ୍ ହୋଇଛି ବୋଲି ପାଣିପାଗ ବିଜ୍ଞାନ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ଦୁଇ ଦିନ ତଳେ ଓଡ଼ିଶାର ୮ ଜିଲ୍ଲାରୁ ସମ୍ପୂର୍ଣ୍ଣ ଓ ଅନ୍ୟ ୮ ଜିଲ୍ଲାରୁ ଆଂଶିକ ଭାବେ ମୌସୁମୀ ବିଦାୟ ନେଇଥିବା ପାଣିପାଗ ବିଭାଗ କହିଥିଲା। ଏହାପରେ ଆଜି ଏହା ରାଜ୍ୟର ସମସ୍ତ ଜିଲ୍ଲାରୁ ବିଦାୟ ନେଇଛି।

Comment