ଓଡ଼ିଶାଲାଇଭ୍ ବ୍ୟୁରୋ

ଜାରି ରହିଛି ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି ପ୍ରକ୍ରିୟା। ଗଣତିର ଦ୍ଵିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩,୩୧୦ ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି।

ଦ୍ଵିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭,୮୬୭ ଖଣ୍ଡ ଭୋଟ ମିଳିଛି। ଅନ୍ୟପଟେ ବିଜେପିକୁ ୪,୫୫୭ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ୧,୦୫୭ଟି ଭୋଟ।

ଆଜି ସକାଳ ୮ଟାରୁ ଜଗତସିଂହପୁର ଏସଭିଏମ କଲେଜ ପରିସରରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। କୋଭିଡ୍ କଟକଣା ମଧ୍ୟରେ ଗଣତି ପ୍ରକ୍ରିୟା ଜାରି ରହିଛି।

ନଭେମ୍ବର ୩ ତାରିଖରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ବିଜେଡିରୁ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ମଲ୍ଲିକ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି।

Comment