ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାର ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୨ ତମ ଜନ୍ମ ଜୟନ୍ତୀ ପାଳିତ। ଗୁରୁବାର ନବରଙ୍ଗପୁରର ସ୍ଥାନୀୟ ତୃପ୍ତି ହୋଟେଲ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭାଗୀରଥି ପାତ୍ର ସ୍ମୃତି ସଂସଦ ସହଯୋଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରା ଜର୍ଜ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ଫଟୋ ଚିତ୍ରରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ କୋରାପୁଟ ଆଦିବାସୀ ଅଧ୍ୟୟନ ପରିଷଦର ଅଧ୍ୟାପକ ଡକ୍ଟର ରାଜେନ୍ଦ୍ର ପାଢିଙ୍କୁ ଭାଗିରଥି ସମ୍ମାନ ପ୍ରଦାନ କରାଯିବା ସହ କବି ଭାଗୀରଥି ପାତ୍ରଙ୍କ କୃତି ଓ ସ୍ମୃତି ସମ୍ବଳିତ ଏକ ସ୍ମରଣୀକା “ସାରସ୍ୱତ ସାଧକ ଭାଗୀରଥି” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଜଗନ୍ନାଥ ମହାପାତ୍ର, କବି ନାରାୟଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଉପ ଆରକ୍ଷୀ ଅଧିକ୍ଷକ ଡକ୍ଟର ଚନ୍ଦ୍ର ଶେଖର ହୋତା ଏବଂ ସମ୍ମାନିତ ବକ୍ତା ରୂପେ ଡକ୍ଟର ବିଜୟ କୁମାର ମିଶ୍ର ଯୋଗ ଦେଇଥିଲେ। ସେହିପରି ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭାଗୀରଥି ସ୍ମୃତି ସଂସଦର ନବରଙ୍ଗପୁର ଜିଲ୍ଲା ସମ୍ପାଦକ ରାମ ପ୍ରସାଦ ପାତ୍ର, ସାନୁଜ କୁମାର ପାତ୍ର, ଟିଟୁ ଦାଶ, ମନୋଜ ପଟ୍ଟନାୟକ, କିଶୋର କୁମାର ପଟ୍ଟନାୟକ, ଅଖିଳ ଭଟ୍ଟ, ଡକ୍ଟର ସାଇ ରମେଶ ରାଓ, ଗୋପାଳ ମିଶ୍ର ପ୍ରମୂଖଙ୍କ ସମେତ ସ୍ଵର୍ଗତ ଭାଗିରଥି ପାତ୍ରଙ୍କ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Comment