ଓଡ଼ିଶାଲାଇଭ୍ ବ୍ୟୁରୋ

ଶାହଙ୍କ ‘ଗୁପକର ଗ୍ୟାଙ୍ଗ’ ମନ୍ତବ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ‘ଗୁପକର ଗ୍ୟାଙ୍ଗ’କୁ ନେଇ କଂଗ୍ରେସକୁ ଟାର୍ଗେଟ କରିବା ପରେ, ବୁଧବାର ଏନେଇ ଶାହଙ୍କୁ ପାଲଟା ଆକ୍ରମଣ କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା।

ରଣଦୀପ କହିଛନ୍ତି, “କଂଗ୍ରେସ ଦଳ ଗୁପକର ମେଣ୍ଟ ସହ ସାମିଲ ହୋଇନାହିଁ। ଜମ୍ମୁ କଶ୍ମୀର ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ କେବଳ ପ୍ରାର୍ଥୀ ଦେବ। ବିଜେପିର ଅସଲ ଚେହେରାକୁ ପଦାକୁ ଆଣିବାକୁ କଂଗ୍ରେସ ଏହି ନିଷ୍ପତ୍ତି ନେଇଛି। ଏହାକୁ ନେଇ ଗୃହମନ୍ତ୍ରୀଙ୍କ ବୟାନ ନିହାତି ଭାବେ ଭ୍ରମାତ୍ମକ ଏବଂ ମିଥ୍ୟା।”ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀର ଗୁପକର୍ ମେଣ୍ଟକୁ ‘ଗୁପକର ଗ୍ୟାଙ୍ଗ’ କହିବା ସହିତ ଏହାକୁ ଜୋରଦାର ସମାଲୋଚନା କରିଥିଲେ। ଏଥିସହ କଂଗ୍ରେସ ମଧ୍ୟ ଏହି ମେଣ୍ଟ ସହ ରହି ଭାରତରେ ଆତଙ୍କବାଦକୁ ପ୍ରଶୟ ଦେବାକୁ ଚେଷ୍ଟା କରୁଥିବା ଶାହ କହିଥିଲେ। ବୁଧବାର ଶାହଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା ସହିତ ଏହାକୁ ମିଥ୍ୟା ବୋଲି କହିଛି।

ଣ କହିଥିଲେ ଶାହ?

ଶାହ ଟୁଇଟରରେ ଲେଖିଥିଲେ ଯେ, “କଶ୍ମୀରରେ ଗୁପକର ଗ୍ୟାଙ୍ଗ ଏବେ ବିଶ୍ୱସ୍ତରୀୟ ହେବାକୁ ଯାଉଛି। ଏହି ଗ୍ୟାଙ୍ଗ ଜମ୍ମୁ କଶ୍ମୀରରେ ବିଦେଶୀ ଶକ୍ତିର ପ୍ରବେଶ କରାଇବାକୁ ଚାହୁଁଛି। ଏହି ଶକ୍ତି ଭାରତର ତ୍ରିରଙ୍ଗା ପତାକାକୁ ମଧ୍ୟ ଅସମ୍ମାନ କରିଛନ୍ତି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଏହି ଗ୍ୟାଙ୍ଗକୁ ସମର୍ଥନ କରୁଛନ୍ତି କି?”

ଏଥିସହିତ ଶାହ ଆହୁରି ମଧ୍ୟ ଲେଖିଥିଲେ ଯେ, କଂଗ୍ରେସ ଓ ଗୁପକର ଗ୍ୟାଙ୍ଗ ମିଶି କଶ୍ମୀରକୁ ପୁଣି ଆତଙ୍କବାଦ ଯୁଗକୁ ନେଇଯିବାକୁ ଚାହୁଁଛନ୍ତି। ସେଠାରୁ ଧାରା ୩୭୦ ଉଠାଇବାକୁ ଏହି ଶକ୍ତି ଦାବି କରୁଥିବା ସେ ଟୁଇଟରରେ ଲେଖିଥିଲେ। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି।ଗୁପକର ମେଣ୍ଟ କ?

ଜମ୍ମୁ କଶ୍ମୀରରେ ଆଗକୁ ଜିଲ୍ଲା ପରିଷଦ ନିର୍ବାଚନ ହେବାକୁ ଅଛି। ଏଥିପାଇଁ ନ୍ୟାସନାଲ କନଫରେନ୍ସ, ପିଡିପି, କମ୍ୟୁନିଷ୍ଟ ପାର୍ଟି ଭଳି ୭ଟି ଦଳ ମିଶି ଗୁପକର ମେଣ୍ଟ ଗଠନ କରିଛନ୍ତି। ଯାହାର ଅଧ୍ୟକ୍ଷ ରହିଛନ୍ତି ଫାରୁକ୍ ଅବଦୁଲ୍ଲା। ଏହି ମେଣ୍ଟ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହିତ ଏହାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ ଦାବି କରୁଛି। ହେଲେ ବିଜେପି ଏହାକୁ ବିରୋଧ କରିବା ସହିତ ଅମିତ ଶାହ ଏହି ଗୁପକର ମେଣ୍ଟକୁ ‘ଗୁପକର ଗ୍ୟାଙ୍ଗ’ ବୋଲି କହିଛନ୍ତି। ଏହି ଗ୍ୟାଙ୍ଗ କଶ୍ମୀରକୁ ଆତଙ୍କବାଦର ଯୁଗକୁ ଫେରାଇନେବାକୁ ଚାହୁଁଛି ବୋଲି ଗତକାଲି ଶାହ କହିଛନ୍ତି।

Comment