ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଝାଡେଶ୍ଵର ଖାଡାଙ୍ଗା। ସେ ୨୦୨୦-୨୧ ମସିହା ପାଇଁ ଓକିଲ ସଂଘର ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

ସେହିପରି ସାଧାରଣ ସମ୍ପାଦକ ରୂପେ ଆଇନଜୀବୀ ମାନସ ତ୍ରିପାଠୀ, ଉପ ସଭାପତି ରୂପେ ଆଇନଜୀବୀ ସୁବାଶ ଚନ୍ଦ୍ର ପାଳ, ଯୁଗ୍ମ ସମ୍ପାଦକ ରୂପେ ମିନାକ୍ଷୀ ପାଢୀ ଓ କୋଷାଧ୍ୟକ୍ଷ ରୂପେ ବିଦୁ ଶେଖର ତ୍ରିପାଠୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ୨୦୨୦-୨୧ ମସିହା ନିର୍ବାଚନ ପାଇଁ ସମସ୍ତ ୫ଟି ପଦବୀ ନିମନ୍ତେ କେବଳ ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଥିଲେ। ତେଣୁ ଚଳିତ ନିର୍ବାଚନରେ ନବରଙ୍ଗପୁର ବରିଷ୍ଠ ଆଇନଜୀବୀ ତଥା ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଝାଡେଶ୍ଵର ଖାଡାଙ୍ଗା ସଭାପତି ରୂପେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

ଡିସେମ୍ବର ୧୪ରେ ଏହି ନବ ନିର୍ବାଚିତ ପ୍ରାର୍ଥୀଙ୍କ ଶପଥ ପାଠ କରାଯିବା ନେଇ ନିର୍ବାଚନ ଅଧିକାରୀ ସମରେଶ ଗନ୍ତାୟତ ସୂଚନା ଦେଇଛନ୍ତି। ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଆଇନଜୀବୀ ସମରେଶ ଗନ୍ତାୟତ, ଉପ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଓ ଇମ୍ରାନ ସରିଫ ପରିଚାଳନା କରିଥିଲେ।

 

LEAVE A REPLY

Please enter your comment!
Please enter your name here