ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣ ବଢ଼ିବା ଯୋଗୁଁ କାଲିଫର୍ଣ୍ଣିଆର ଲସ୍‌ ଆଞ୍ଜେଲସରେ ପୁଣି ଲକଡାଉନ ଘୋଷଣା ହୋଇଛି। ଏହି ସମୟରେ ଲସ୍‌ ଆଞ୍ଜେଲସରେ ରହୁଥିବା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିଜ ବଗିଚାରେ ଲେମ୍ବୁ ଚାଷ ଆରମ୍ଭ କରି ଦେଇଛନ୍ତି। ପ୍ରୀତି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏ କଥା ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି।

‘‘ମୁଁ ପୁଣି ବଗିଚାକୁ ଫେରିଲି’’,  ପ୍ରୀତି ସେହି ଭିଡିଓର କ୍ୟାପସନରେ ଲେଖିଛନ୍ତି। ଏହାସହିତ ଲକଡାଉନ ସମୟରେ ଲେମ୍ବୁ ଚାଷ ସକରାତ୍ମକ ମନୋଭାବ ନେଇ ବଞ୍ଚିବାରେ ସହାୟକ ହେଉଛି ପ୍ରୀତି କହିଛନ୍ତି। ତାଙ୍କର ଏହି ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ପ୍ରୀତିଙ୍କ ଫ୍ୟାନ୍ସ ମଧ୍ୟ ଏଥିରେ ବେଶ ପଜିଟିଭ ପ୍ରତିକ୍ରିୟା ଦେଇଛନ୍ତି। ସେ ଏହା ପୂର୍ବରୁ ବଗିଚାରେ କାମ କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ସାରିଛନ୍ତି।

୧୯୯୮ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ପ୍ରୀତି ଜଣ୍ଟା ବହୁ ହିଟ୍‌ ଫିଲ୍ମରେ କାମ କରିବାକୁ ସୁଯୋଗ ପାଇଛନ୍ତି। ଏବେ କିନ୍ତୁ ସେ ଫିଲ୍ମ ଦୁନିଆରେ ଆକ୍ଟିଭ ନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି ପ୍ରୀତି ଜିଣ୍ଟା।

Comment