ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଶେଷରେ ଖୋଲିବ। ଡ଼ିସେମ୍ବର ୨୨ ଓ ୨୪ ମଧ୍ୟରେ ମନ୍ଦିର ଖୋଲା ହେବ। ତେବେ ଏଥିପାଇଁ ଗୁଡ଼ାଏ ନିୟମ ଖଞ୍ଜା ଯାଇଛି ଓ ଶ୍ରଦ୍ଧାଳୁଙ୍କୁ ଏହି ସବୁ ନିୟମ ମାନିବାକୁ ପଡ଼ିବ। ଶ୍ରୀମନ୍ଦିରର ଛତିଶା ନିଯୋଗ ପକ୍ଷରୁ ମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯାଇଛି। ମନ୍ଦିର ପ୍ରବେଶ ଉପରେ କଣ ସବୁ କଟକଣା ରଖାଯାଇଛି ଆସନ୍ତୁ ତା ଉପରେ ନଜର ପକାଇବା..

  • ଶ୍ରୀଜଗନ୍ନାଥଙ୍କ ମନ୍ଦିର ଖୋଲିବାର ପ୍ରଥମ ସପ୍ତାହ ମଧ୍ୟରେ କେବଳ ୫ ହଜାର ଶ୍ରଦ୍ଧାଳୁ ଦୈନିକ ଠାକୁରଙ୍କ ଦର୍ଶନ କରିପାରିବେ। ଏମାନେ କେବଳ ପୁରୀର ନାଗରିକ ହୋଇଥିବେ।
  • ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ଥିବାରୁ ଜାନୁଆରି ୧ ଓ ୨ରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବନ୍ଦ ରହିବ।
  • ଜାନୁଆରି ୩ରୁ ସମସ୍ତଙ୍କ ପାଇଁ ମନ୍ଦିର ଖୋଲିବ କିନ୍ତୁ ପ୍ରଥମ ସପ୍ତାହରେ କେବଳ ୫ ହଜାର ଲୋକ ଦର୍ଶନ କରିବେ।
  • ଏତିକି ଭକ୍ତଙ୍କୁ କେମିତି ସମ୍ଭାଳି ହେଉଛି ତାହାକୁ ଭିତ୍ତି କରି କ୍ରମଶଃ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯିବ।
  • କୋଭିଡ ନିୟମ କଡ଼ାକଡ଼ି ପାଳନ କରାଯିବ। ମାସ୍କ ପିନ୍ଧିବା,ସାନି ଟାଇଜର ବ୍ୟବହାର ଓ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯିବ।
  • ଯେଉଁମାନେ ଶ୍ରୀ ମନ୍ଦିର ଭିତରକୁ ପଶିବେ ସେମାନଙ୍କୁ କରୋନା ନେଗେଟିଭ ପ୍ରମାଣ ପତ୍ର ଦାଖଲ କରିବା ପାଇଁ ହେବ।ଏହି ପରୀକ୍ଷା କେବଳ ୪୮ ଘଣ୍ଟା ପୂର୍ବରୁ କରାଯାଇଥିବ। ଆରଟି ପିସିଆର ଓ ନାଟ ଟେଷ୍ଟ ଉଭୟ  ରିପୋର୍ଟ ଗ୍ରହଣ କରାଯିବ।
  • ଛୋଟ ପିଲା ଓ ୬୫ ବର୍ଷରୁ ଅଧିକ ସଦସ୍ୟଙ୍କୁ ସାଥୀରେ ନ ଆଣିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
  • ଫୁଲ ଓ ଦୀପ ମନ୍ଦିର ଭିତରକୁ ଆଣିବା ଉପରେ ମଧ୍ୟ କଡ଼ା ନଜର ରଖାଯିବ।
  • ମନ୍ଦିର ପ୍ରବେଶ ପୂର୍ବରୁ  ଚାରି ଦ୍ଵାରରେ ନିୟୋଜିତ ସୁରକ୍ଷା କର୍ମୀ ଭକ୍ତଙ୍କ ହାତରେ ସାନିଟାଇଜର ଦେବେ।
  • ଭକ୍ତମାନେ ନିର୍ବିଘ୍ନରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସେବନ କରି ପାରିବେ।

Comment