ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପାଇଁ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ତୀବ୍ର ଶୀତ ଲହରୀ ପ୍ରବାହିତ ହେବ। ଏହି ସମୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଅଧିକ ଶୀତ ଅନୁଭୁତ ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଛି।

ତେଣୁ ଆସନ୍ତାକାଲି ପର୍ଯ୍ୟନ୍ତ ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଆଦି ୫ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଏବଂ କୋରାପୁଟ, ବରଗଡ, କନ୍ଧମାଳ, ନବରଙ୍ଗପୁର, ଦେବଗଡ଼, ବୌଦ୍ଧ, ସୋନପୁର, କଟକ, ମୟୁରଭଞ୍ଜ ଏବଂ ବଲାଙ୍ଗୀର ଆଦି ୧୦ଟି ଜିଲ୍ଲା ପାଇଁ ୟୋଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସେହିପରି ରାଜ୍ୟରେ ଶୀତ ଲହରୀ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ଵତନ୍ତ୍ର ରିଲିଫ୍ କମିସନର ଚିଠି ଲେଖିଛନ୍ତି। ରାତିରେ ବାସହୀନଙ୍କ ପାଇଁ ସ୍କୁଲ ଘରର ବ୍ୟବସ୍ଥା କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିସହ ଶୀତ ଲହରୀ ନେଇ ଜିଲ୍ଲାପାଳମାନେ ଲୋକଙ୍କୁ ସତର୍କ କରିବାକୁ ଏସଆରସି କହିଛନ୍ତି।

Comment