ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡିସେମ୍ଵର ୩୦ରୁ ଜାନୁଆରି ୨ ପର୍ଯ୍ୟନ୍ତ ଭୀଷଣ ଶୀତ
  • ୬ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

ଆସନ୍ତା ୨ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ। ଏଥିପାଇଁ ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା କାଲିଠୁ ଜାନୁଆରି ୨ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ଅତ୍ୟଧିକ ରହିବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି।

ୟେଲୋ ଓ୍ଵାର୍ଣ୍ଣିଂ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ। ଆସନ୍ତା କାଲିଠାରୁ ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ଵା ଦୁଇଟି ସ୍ଥାନରେ ଭୀଷଣ ଶୀତ ଲହରୀ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଗତକାଲି ସ୍ଵତନ୍ତ୍ର ରିଲିଫ୍ କମିସନର ସମସ୍ତ ଜିଲ୍ଲାପାଳମାନଙ୍କୁ ଶୀତ ପ୍ରବାହ ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ଚିଠି କରିଥିଲେ। ଏହି ଚିଠିରେ କମିସନର କହିଥିଲେ ଯେ, ଶୀତର ପ୍ରକୋପ ଅତ୍ୟଧିକ ଥିବା ଜିଲ୍ଲାଗୁଡ଼ିକରେ ବାସହରା ଲୋକମାନଙ୍କ ପାଇଁ ରହିବା ଏବଂ ଶୀତ ଦାଉରୁ ସୁରକ୍ଷିତ ରହିବା ପାଇଁ ସମସ୍ତ ଅତ୍ୟାବଶକ ବ୍ୟବସ୍ଥା ଗ୍ରହଣ କରିବେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ। ଏଥିସହିତ ଜିଲ୍ଲାର ବିଭିନ୍ନ ସ୍କୁଲ, ଗୋଷ୍ଠୀ ଗୃହ ଆଦିରେ ବାସହୀନ ଲୋକଙ୍କୁ ଥଇଥାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାତିରେ ଅତ୍ୟାବଶକ କାମ ଥିଲେ ହିଁ ଘରୁ ବାହାରିବା, ଘରୁ ବାହାରିଲା ବେଳେ ଶୀତବସ୍ତ୍ର ପିନ୍ଧିବା, ଆବଶ୍ୟକ ନଥିଲେ ଦୁଇଚକିଆ ଯାନରେ ବୁଲିବା ନାହିଁ ଇତ୍ୟାଦି ପନ୍ଥା ଆପଣାଇବାକୁ ଏହି ଚିଠିରେ କୁହାଯାଥିଲା।

Comment