ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ କରୋନା ଟିକାକରଣ ପାଇଁ ଡ୍ରାଏ ରନ୍‌ ଆରମ୍ଭ ହୋଇଛି। ଶନିବାର ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ମୁଖ୍ୟ ଚିକିତ୍ସାଧିକାରୀ ଶୋଭାରଣୀ ମିଶ୍ର ତଥା ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଡ୍ରାଇ ରନ କରାଯାଇଛି। ଏହି ଅବସରରେ ୨୫ ଜଣଙ୍କୁ ଡ୍ରାଇ ରନ ଟୀକା ପ୍ରଦାନ କରାଯାଇଛି।

ଯେଉଁ ବ୍ୟକ୍ତି ମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା ସେମାନଙ୍କୁ ଆଗାମୀ ୨୮ ଦିନ ପରେ ସେହି ବ୍ରାଣ୍ଡର ଟିକାର ଦ୍ଵିତୀୟ ଡୋଜ ଦିଆଯିବ। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଟିକାକରଣ ପାଇଁ ୯୩୪୫ ଜଣ ରେଜିଷ୍ଟ୍ରେସନ କରିଛନ୍ତି। ଟିକା ଆସିଲେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣରେ ଅନ୍ତର୍ଭକ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Comment