ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତର ନାର୍କୋ ଟେଷ୍ଟ ହୋଇପାରେ। ଏଥିପାଇଁ ନୟାଗଡ଼ ପକସୋ କୋର୍ଟରେ ଏସଆଇଟି ପକ୍ଷରୁ ଆବେଦନ କରାଯାଇଛି। ମଙ୍ଗଳବାର ଆବେଦନର ଶୁଣାଣି କରି କୋର୍ଟ ରାୟ ଦେବେ।

ପୂର୍ବରୁ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରାଯାଇଥିବା ବେଳେ ଏବେ ଅଧିକ ତଥ୍ୟ ଆଦାୟ କରିବା ପାଇଁ ଏସଆଇଟି ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଛି।

ଅନ୍ୟପଟେ ଅଭିଯୁକ୍ତଙ୍କୁ ନାବାଳକ ଭାବେ ଗ୍ରହଣ କରିବାକୁ କୋର୍ଟରେ ଆବେଦନ କରିଛନ୍ତି ଅଭିଯୁକ୍ତଙ୍କ ଓକିଲ। ଅଭିଯୁକ୍ତର ମାଟ୍ରିକ ସାର୍ଟିଫିକେଟ ଓ ଜନ୍ମ ସାର୍ଟିଫିକେଟ ସହ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଛନ୍ତି। ଏ ପ୍ରସଙ୍ଗରେ ବି କୋର୍ଟ ଆସନ୍ତାକାଲି ରାୟ ଦେବେ।

Comment