ଓଡ଼ିଶାଲାଇଭ୍‌ ବ୍ୟରୋ

ନବରଙ୍ଗପୁର ଜିଲ୍ଲାରେ ମୋଟ ୪ଟି ସ୍ଥାନ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯାଇଛି। ପ୍ରଥମ ଦିନରେ ଜିଲ୍ଲାରେ ଅପରାହ୍‌ଣ ୪ଟା ସୁଦ୍ଧା ୧୮୪ ଜଣଙ୍କୁ ଟିକା ଦିଆଯାଇଥିବା ଜଣାପଡ଼ିଛି।

ଶୁକ୍ରବାର ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ନବରଙ୍ଗପୁର ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଅଭି ଭତ୍ରା ପ୍ରଥମ ଟିକା ନେଇଥିଲେ। ଟିକା ନେବା ପରେ ତାଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା। ତାଙ୍କଠାରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନଥିବାରୁ ତାଙ୍କୁ ଘରକୁ ଛଡ଼ାଯାଇଥିଲା।

ତେବେ ଏହି ଟିକାକରଣ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇ ୭ଦିନ ପର୍ଯ୍ୟନ୍ତ ଦିଆଯିବ। ଟିକାକରଣର ପ୍ରଥମ ଦିନ ଠାରୁ ୨୮ ଦିନ ପରେ ପୁଣି ଦ୍ଵିତୀୟ ଡୋଜ ଦିଆଯିବ।

ଆଜିର ଏହି ଟିକାକରଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନିମାଇଁ ଚରଣ ସୁତାର , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶୋଭରାଣୀ ମିଶ୍ର, ଏଡିଏମଓ ଡକ୍ଟର ସୁଶାନ୍ତ କୁମାର ବେହେରା, ଏଡିଏମଓ ଏଫଡବ୍ଲ୍ୟୁ ଡକ୍ଟର ଆର ବିଜୟ କୁମାର, ରାଜ୍ୟ କୋଭିଡ ଟିକା ପରିଚାଳନା ପାଇଁ ଆସିଥିବା ପର୍ଯ୍ୟବେକ୍ଷକ ଡକ୍ଟର ଶକ୍ତି ପ୍ରସାଦ ପାଢ଼ୀ ଓ ଡକ୍ଟର ଦୀପକ କୁମାର ବିଶ୍ୱାଳ, ଡକ୍ଟର ମଳୟ କୁମାର , ଡିପିଏମ ସୁଶାନ୍ତ କୁମାର ପ୍ରହରାଜ, ହସ୍ପିଟାଲ ମ୍ୟାନେଜର ରୂପସୀ ମଧୁମିତା ନାୟକ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ହଳଧର ନିଆଲ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Comment