ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପରୀକ୍ଷା ଭଳି ଏଥର ଯୁକ୍ତ ୨ ପରୀକ୍ଷା ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥର ପରୀକ୍ଷାରେ ୫୦ ନମ୍ବରର ମଲ୍ଟପୁଲ ଚଏସ ପ୍ରଶ୍ନ ରହିବ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୧ ମାର୍କ ରହିବ। ଏଭଳି ପରିବର୍ତ୍ତନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସେହିପରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପଶ୍ନ ରହିବ। ଏହାର ମୂଲ୍ୟ ୨ କିମ୍ବା ୩ ମାର୍କ ରହିବ। ଏହାସହ ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ଏହାର ମୂଲ୍ୟ ୫ ମାର୍କ ରହିବ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବଭଳି ପିଲାମାନେ ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ। ତେବେ ପିଲାଙ୍କ ପରୀକ୍ଷା ଫି’କୁ ନେଇ କିଛି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି।

ଯେଉଁ ଏକ୍ସରେଗୁଲାର ପିଲା ସେମାନଙ୍କ ରେଜିଷ୍ଟ୍ରସନ ୨୦୧୫ ବା ତା’ପରେ କରିଛନ୍ତି ସେହି ପିଲାଙ୍କ ପାଇଁ ସିଲାବସ୍‌ ଓ ଢାଞ୍ଚାରେ ପରିବର୍ତ୍ତନ ମଧ୍ୟ ହେବ। କରୋନା ପାଇଁ ପିଲାଙ୍କ ପାଠପଢା ପ୍ରଭାବିତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଏ ବର୍ଷର ରାଜ୍ୟର ୩ ଲକ୍ଷ ୮୪ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Comment