ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଓଡ଼ିଶା ବିଧାନସଭାରେ ବଜେଟ୍ ଆଗତ ହେବ। କରୋନା ମହାମାରୀ ପରେ ଏହା ରାଜ୍ୟର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଆଜି ଅପରାହ୍‌ଣରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପନା କରିବେ। ଚଳିତ ବର୍ଷ ମୋଟ୍ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପରଲେସ୍ ବଜେଟ ଆଗତ ହେବ।

ବଜେଟ ପୂର୍ବରୁ ଶନିବାର ଅର୍ଥନୈତିକ ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇସାରିଛି। ଏଥିରେ ପୂର୍ବ ବର୍ଷ ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବା ଦର୍ଶାଯାଇଛି। ତେଣୁ ପୁଣି ଥରେ କିପରି ରାଜ୍ୟ ଅର୍ଥନୀତିକୁ ଟ୍ରାକକୁ ଅଣାଯାଇ ପାରିବେ ସେନେଇ ସୋମବାର ବଜେଟରେ କିଛି ପ୍ୟାକେଜ୍ ଘୋଷଣା ହେବ ବୋଲି ସଭିଏଁ ଆଶା ରଖିଛନ୍ତି।

ସେହିପରି ବର୍ତ୍ତମାନ ସ୍ଥିତିରେ ତେଲ ଦର ବୃଦ୍ଧି ପାଉଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ବଜେଟରେ କିଛି ଭଲ ପ୍ୟାକେଜ୍ ରହିଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପୂର୍ବ ବର୍ଷ ଭଳି କୃଷି ବଜେୟ ଏବଂ ସାଧାରଣ ବଜେୟ ଅଲଗା ଅଲଗା ଉପସ୍ଥାପନା ହେବ। ଚଳିତ ବର୍ଷର ବଜେଟକୁ ସଂପୂର୍ଣ୍ଣ କାଗଜବିହୀନ କରାଯାଉଥିବା ବେଳେ ଇ-ବିଧାନ ଆପ୍ଲିକେସନ ଜରିଆରେ ସମସ୍ତେ ଏହାକୁ ପାଇପାରିବେ।

Comment